www.samajalive.in
Tuesday, December 9, 2025
17.1 C
Bhubaneswar

ବଙ୍ଗୀୟ ପର୍ଯ୍ୟଟକଙ୍କ ହୃଦଘାତରେ ମୃତ୍ୟୁ

ଗୋପାଳପୁର: କଲକାତାରୁ ଆସିଥିବା ଜଣେ ବଙ୍ଗୀୟ ପର୍ଯ୍ୟଟକଙ୍କ ଗୁରୁବାର ସକାଳେ ହୃଦଘାତରେ ମୃତ୍ୟୁ ଘଟିଥିବା ଜଣାପଡିଛି। ମୃତ ପର୍ଯ୍ୟଟକ ଜଣଙ୍କ ବ୍ରେସ ବ୍ରିଜ ଅନ୍ତର୍ଗତ ଭଟଶଳ ଅଞ୍ଚଳର ଶ୍ୟାମପଦ ଘୋଷ(୪୭) ବୋଲି ପୁଲିସ ସୂଚନା ଦେଇଛି।

ବୁଧବାର ଅପରାହ୍ନରେ ଶ୍ୟାମପଦ ଓ ବାଳକ ଆକାଶ ଘୋଷ ମଟରସାଇକେଲ ଯୋଗେ ଗୋପାଳପୁରରେ ପହଞ୍ଚି ଏଠାରେ ଥିବା ପୁଲସ ରିସୋର୍ଟର ୧୦୫ ନଂ ରୁମରେ ରାତ୍ରି ଯାପନ କରିଥିଲେ। ଆଜି ଶ୍ୟାମପଦଙ୍କ ଆଉ କେତେକ ସାଙ୍ଗ ଟ୍ରେନ ଯୋଗେ ବ୍ରହ୍ମପୁର ପହଞ୍ଚିବା ପରେ ସମସ୍ତେ ଦାରିଙ୍ଗବାଡି ଯିବା ନିମନ୍ତେ ସ୍ଥିର ହୋଇଥିଲା। କଲକାତାରୁ ଅନ୍ୟ ସାଙ୍ଗମାନେ ବ୍ରହ୍ମପୁର ପହଞ୍ଚି ଦାରିଙ୍ଗବାଡି ଯିବା ନିମନ୍ତେ ପ୍ରସ୍ତୁତ ହେଉଥିବା ବେଳେ ଶ୍ୟାମପଦ ଅସୁସ୍ଥତା ଅନୁଭବ କରିଥିଲେ। ସାଙ୍ଗରେ ଥିବା ଶଳା ଆକାଶ ତାଙ୍କୁ ସଙ୍ଗେସଙ୍ଗେ ଗୋପାଳପୁର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଇଥିଲେ। କିନ୍ତୁ ସ୍ବାସ୍ଥ୍ୟ କେନ୍ଦ୍ରରେ‌ ପହଞ୍ଚିବା ପୂର୍ବରୁ ଶ୍ୟାମପୁରଙ୍କ ମୃତ୍ୟୁ ଘଟିଥିଲା ବୋଲି ସ୍ବାସ୍ଥ୍ୟ କେନ୍ଦ୍ର ର ଚିକିତ୍ସକ ଡଃ ମସ୍ତିରେ ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି। ଖବର ଗୋପାଳପୁର ପୁଲିସ ମେଡିକାଲରେ ପହଞ୍ଚି ଶବକୁ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଛେଦ ନିମନ୍ତେ ବ୍ରହ୍ମପୁର ବଡ ମେଡିକାଲ ପଠାଇଥିବା ଥାନା ଆଇଆଇସି ବିବେକାନନ୍ଦ ମହନ୍ତ ସୂଚନା ଦେଇଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories