www.samajalive.in
Saturday, December 6, 2025
15.1 C
Bhubaneswar

ଆନ୍ଧ୍ର ପ୍ରତିନିଧି ଦଳକୁ ଭେଟିଲେ ଗୋପାଳପୁରର ବୁଦ୍ଧିଜୀବୀ

ଗୋପାଳପୁର : ଆନ୍ଧ୍ର ପ୍ରଦେଶ ବିଧାନ ମଣ୍ଡଳୀରୁ ଆସିଥିବା ୪ ଜଣିଆ ପ୍ରତିନିଧି ଦଳ ସହ ଗୋପାଳପୁରର ବୁଦ୍ଧିଜୀବୀମାନେ ଆଲୋଚନା କରିଛନ୍ତି। ଆଜି ଅପରାହ୍ନରେ ଗୋପାଳପୁର ଆଖ ପାଖ ଅଂଚଳରେ ଥିବା ପି. ଏମ୍ ହାଇସ୍କୁଲ, ବାଳିକା ବିଦ୍ୟାଳୟ,, ବକ୍ସି ପଲ୍ଲୀ ହାଇସ୍କୁଲ, ଗୋଳାବନ୍ଧ ହାଇସ୍କୁଲର ବିଭିନ୍ନ ସମସ୍ୟା ନେଇ ଆଲୋଚନା କରିଥିଲେ। ଶିକ୍ଷକ ନିଯୁକ୍ତି ଏବଂ ଡ଼ିଗ୍ରୀ ପାଠ୍ୟକ୍ରମ ପରେ ଉଚ୍ଚଶିକ୍ଷା ପାଇଁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ପିଜି, ତେଲୁଗୁ ପାଠ୍ୟକ୍ରମ ଖୋଲିବା ପାଇଁ ଉଦ୍ୟମ କରାଯିବାକୁ ଆଲୋଚନା ହୋଇଥିଲା। ଏହି ଅବସରରେ ବିଧାନ ମଣ୍ଡଳର ଚ୍ୟାରମେନ୍ ଏମ୍. ଏ. ସରିଫ୍ ସୂଚନା ଦେଇଛନ୍ତି ଯେ ଏହି ଗସ୍ତ ସମୟରେ ଯାହା ସବୁ ଆଲୋଚନା ହୋଇଛି ତାହାର ଏକ ସୁବିସ୍ତୃତ ରିପୋର୍ଟ ଆନ୍ଧ୍ର ସରକାରଙ୍କୁ ପ୍ରଦାନ କରାଯିବା ସହ ଏନେଇ ଉଭୟ ଆନ୍ଧ୍ର ଓଡ଼ିଶା ସରକାରଙ୍କ ସହ ଆଲୋଚନା କରିବେ ବୋଲି ପ୍ରକାଶ କରିଛନ୍ତି। ଆଲୋଚନାରେ ଗୋପାଳପୁରର ସୁଲତାନ ଶରିଫ, ଏମ୍. ଚନ୍ଦ୍ରଶେଖର, ଏ. ଜାନକୀ ରାମ, ବି. ଗୋପାଳ କ୍ରିଷ୍ଣା, ପଞ୍ଚୁ ବେହେରା, କନ୍ଧ ମହାପାତ୍ର , ଡି. ପଦ୍ମ ନାଭ, ବି. କେ. ରାଓ, ଅଲ ଇଣ୍ଡିଆ ତେଲୁଗୁ ସଂଘର ସଭାପତି ପି.ସୁରୀୟ ନାରାୟଣ, ସଂଘର ସଂଯୋଜକ ଡ. ଜେ ନାରାୟଣ ରାଓ, ମହିଳା ସମାଜମର ସଭ୍ୟା ଜେ. ଶୈଳଜା ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories