www.samajalive.in
Friday, December 5, 2025
17.1 C
Bhubaneswar

ଦେଶୀ ବିଦେଶୀ ମଦ ଜବତ, ୩ ଗିରଫ

ଫୁଲବାଣୀ: କନ୍ଧମାଳ ଜିଲା ଅବକାରୀ ବିଭାଗ ପକ୍ଷରୁ ଆଜି ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ଦେଶୀ ଓ ବିଦେଶୀ ମଦ ଜବତ କରାଯାଇଛି। ଏହି ମାମଲାରେ ତିନି ଜଣଙ୍କୁ ଗିରଫ କରାଯାଇଛି।

ଅବକାରୀ ବିଭାଗର ସୂଚନା ପ୍ରକାରେ, ଆଜି ଫିରିଙ୍ଗିଆ ଥାନା ଅନ୍ତର୍ଗତ ବବଡିଙ୍ଗିଆ ଓ ଗୋଚ୍ଛାପଡା ଥାନା ଅନ୍ତର୍ଗତ ନାକଡିସରୁ ଗ୍ରାମରେ ଚଢାଉ କରାଯାଇଥିଲା। ଏହି ଚଢାଉ ବେଳେ ବବଡିଙ୍ଗିଆର ଗୋବିନ୍ଦ ଦିଗାଲଙ୍କ ଘରୁ ୨୫ ଲିଟର ଓ ରାଜିବ ଲୋଚନ ପ୍ରଧାନଙ୍କ ଘରୁ ୨୦ ଲିଟର ଦେଶୀ ମଦ ଜବତ ହୋଇଥିଲା। ସେହିଭଳି ଗୋଚ୍ଛାପଡା ଥାନା କଟ୍ରିଙ୍ଗିଆ ପଂଚାୟତ ନାକଡିସରୁ ଗ୍ରାମର ସୁର୍ଯ୍ୟନାରାୟଣ ପଣ୍ଡାଙ୍କ ପାଖରୁ ୨୪ ବୋତଲ ବିୟର ଜବତ ହୋଇଛି। ଅବକାରୀ ବିଭାଗ ଅଭିଯୁକ୍ତମାନଙ୍କ ବିରୋଧରେ ମାମଲା ରୁଜୁ କରି ସେମାନଙ୍କୁ ଗିରଫ କରିଛି। ଅବକାରୀ ସବ ଇନସ୍ପେକ୍ଟର ଅଜୟ କୁମାର ବେହେରାଙ୍କ ନେତୃତ୍ୱରେ ଏହି ଚଢାଉ କରାଯାଇଥିଲା।

- Advertisement -

 

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories