www.samajalive.in
Saturday, December 6, 2025
15.1 C
Bhubaneswar

ବଲେରୋ ଧକ୍କାରେ ବୃଦ୍ଧ ମୃତ, ଏନ୍ଏଚ୍ ୨୬ ଅବରୋଧ   

ସଇଁନ୍ତଲା/ବେଲଗାଁ : ବଲାଙ୍ଗିର ଜାତୀୟ ରାଜପଥ ୨୬ର ଜଲିଆ ଛକ ଠାରେ ଏକ ବୋଲେରୋ ଧକ୍କାରେ ଜଣେ ସାଇକଲ ଆରୋହୀଙ୍କ ମୃତ୍ୟୁ ହୋଇଛି। ଏନେଇ ଉତ୍ତେଜନା ପ୍ରକାଶ ପାଇବା ସହ ପରିବାର ତଥା ସ୍ଥାନୀୟ ଲୋକେ କ୍ଷତିପୁରଣ ଦାବିରେ ଜାତୀୟ ରାଜପଥ ଅବରୋଧ କରିଥିଲେ। ମୃତକ ଜଣକ ସଇଁନ୍ତଲା ଥାନା ଅନ୍ତର୍ଗତ ଜଲିଆ ଗ୍ରାମର ଚାଷୀ କୃଷ୍ଣଚନ୍ଦ୍ର ସାହୁ (୬୦) ବୋଲି ଜଣାପଡିଛି। ସେ ନିଜ ଚାଷ ଜମିକୁ ଯାଉଥିବା ବେଳେ ବଲାଙ୍ଗିର ପଟରୁ ଆସୁଥିବା ବୋଲେରୋଟି ଧକ୍କା ଦେଇଥିଲା। ରାସ୍ତାରୋକ ସମ୍ପର୍କରେ ସୂଚନା ପାଇ ସଇଁନ୍ତଲା ତହସିଦଲାର ସୁମନ କିଶୋର ଡୁଙ୍ଗଡୁଙ୍ଗ, ଟିଟିଲାଗଡ ଏସ୍ଡିପିଓ ସୁରେନ୍ଦ୍ରନାଥ ଶତପଥୀ, ଥାନା ଆଇଆଇସି ବାରିଣୀ ଦାଶ ଘଟଣାସ୍ଥଳକୁ ପହଞ୍ଚି ଲୋକଙ୍କ ସହ ଆଲୋନଚା କରିଥିଲେ। ଦୁର୍ଘଟଣା ପରେ ବୋଲେରୋ ର ଚାଳକ ଗାଡି ଛାଡି ଫେରାର ହୋଇ ଯାଇଥିଲେ। ହେଲେ ଉତ୍ୟକ୍ତ ଲୋକଙ୍କ ପାଇଁ ଜାତୀୟ ରାଜପଥ ଅବରୋଧ କରାଯାଇଥିବାରୁ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହୋଇଥିଲେ। ଅପରପକ୍ଷରେ ହମ୍ପସ ନଥିବାରୁ ଏହି ରାସ୍ତାରେ ବାରମ୍ବାର ଦୁର୍ଘଟଣା ଘଟି ଲୋକେ ମୃତାହତ ହେଉଥିବା ଅଭିଯୋଗ ହୋଇଛି। ପରେ ଗାଡି ମାଲିକ ତଥା ପ୍ରଶାସନ ପକ୍ଷରୁ ସହାୟତା ପ୍ରତିଶ୍ରୁତି ପରେ ରାସ୍ତାରୋକ ହଟିବା ସହ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ଜଣାଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories