www.samajalive.in
Sunday, December 14, 2025
23.1 C
Bhubaneswar

ଅତାବିରାରେ ହାଇସ୍କୁଲ ପାଲଟିଲା ଗୋଦାମ ଘର

ରେଙ୍ଗାଲିକେମ୍ପ: ବରଗଡ଼ ଜିଲ୍ଲା ଅତାବିରାରେ ରହିଛି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ଦୁଇଟି ଚାଉଳ ଗୋଦାମ ଘର। ଏବେ ପୁଣି ବ୍ଲକର ବିଭିନ୍ନ ସ୍କୁଲ ଗୋଦାମ ଘର ଭାବେ ଦେଖିବାକୁ ମିଳିଛି। ଯାହାର ଜ୍ଵଳନ୍ତ ଉଦାହରଣ ସ୍ୱରୂପ ସ୍ଥାନ ଅଭାବରୁ ପିଲାଙ୍କ ମଧ୍ୟାହ୍ନ ଭୋଜନର ଆସିଥିବା ଚାଉଳ ଗୋଦାମ ଘରେ ନ ରଖି ଅତାବିରା ନୋଡାଲ ଉଚ୍ଚ ବାଳକ ବିଦ୍ୟାଳୟରେ ଗୋଦାମ ଘର ଭାବେ ଚାଉଳ ଗଛିତ ରଖାଯାଇଛି। ଯାହା ଆମେ କହୁନାହୁଁ ସ୍କୁଲ ଦୃଶ୍ୟରୁ ଜଣାପଡେ। ସ୍କୁଲର ନାମ ଫଳକଟିଏ ନଥିବାରୁ ଏହାକୁ ଗୋଦାମ ଘର ବୋଲି କହିବା ଅତ୍ୟୁକ୍ତି ହେବ ନାହିଁ। ତେବେ ପିଲାଙ୍କ ପାଠ୍ୟକ୍ରମ କାର୍ୟ୍ୟ ପାଇଁ ଏହି କୋଠାଘର ନିର୍ମିତ ହୋଇଥିଲା ନାଁ ଚାଉଳ ଗୋଦାମ ପାଇଁ ନିର୍ମିତ କରାଯାଇଛି ବୋଲି ବିଭିନ୍ନ ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ବିଶ୍ୱସ୍ତ ସୂତ୍ରରୁ ଚର୍ଚ୍ଚା ହୁଏ ଯେ, ଅତାବିରା ବ୍ଲକରେ ଥିବା ସ୍କୁଲରେ ପିଲାମାନଙ୍କ ମଧ୍ୟାହ୍ନ ଭୋଜନ ପାଇଁ ଆସିଥିବା ଚାଉଳ ପ୍ୟାକେଟରେ କମ ପରିମାଣ ଚାଉଳ ରହୁଥିବା ଯୋଗୁଁ ଶିକ୍ଷକମାନେ ୫୦କେଜି ଚାଉଳ ଓଜନ କରି ସ୍କୁଲମାନଙ୍କୁ ଦେବା ପାଇଁ ବ୍ଲକ ଶିକ୍ଷା କାର୍ୟ୍ୟାଳୟରେ ଜଣାଇ ଜିଦରେ ଅଟଳ ରହିଥିବା ଜଣାପଡିଛି। ତେବେ ୫୦କେଜି ଚାଉଳ ବସ୍ତାରୁ ଚାଉଳ ଗଲା କୁଆଡେ। ଯଦ୍ୱାରା ସ୍କୁଲ ଗୁଡିକୁ ଆସୁଥିବା ଚାଉଳ କମ ଥିବାରୁ ଶିକ୍ଷକମାନେ ଗ୍ରହଣ କରିନାହାନ୍ତି। କେମିତି ଭାବରେ ୫୦କେଜି ଚାଉଳ ସ୍ଥାନରେ କମ ପରିମାଣ ଓଜନର ଚାଉଳ ଦିଆଯାଉଛି ଏନେଇ ଶିକ୍ଷକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଫଳରେ ଚାଉଳବସ୍ତା ଗୁଡିକୁ ନିରୁପାୟ ହୋଇ ସଂପୃକ୍ତ ବିଭଗୀୟ ଅଧିକାରୀମାନେ ନୋଡାଲ ବାଳକ ବିଦ୍ୟାଳୟକୁ ଗୋଦାମ ଘର ଭାବେ ବ୍ୟବହାର କରୁଥିବା ଜଣାପଡିଛି। ଆଗକୁ ବୋର୍ଡ ପରୀକ୍ଷା, ଯାହାକୁ ନେଇ ସରକାର ସ୍କୁଲ ଖୋଲି ୧୦୦ଦିନର ପାଠ୍ୟକ୍ରମ ପରେ ବୋର୍ଡ ପରୀକ୍ଷା ଧାର୍ୟ୍ୟ କରିଛନ୍ତି। ହେଲେ ପିଲାମାନେ ପାଠ ପଢିବାକୁ ଆସି ଏହା ଗୋଦାମ ଘର ନାଁ ପାଠ ଶାଳା ଭାବି ନାହିଁ ନଥିବା ସମସ୍ୟାର ସମ୍ମୁଖିନ ହେବା ସହ ଛାତ୍ରଛାତ୍ରୀମାନେ ଚାଉଳ ଗୋଦାମ ଘରର ଦୁର୍ଗନ୍ଧରୁ ପାଠ୍ୟକ୍ରମ ପାଇଁ ନାକ ଟେକୁଛନ୍ତି। ଏହା ବ୍ୟତୀତ ଛାତ୍ରମାନଙ୍କ ପାଇଁ ରହିଥିବା ପାନୀୟଜଳ ନିକଟରେ ଚାଉଳ ବସ୍ତା ଘେରି ରଖାଯାଇଥିବାରୁ ଛାତ୍ରମାନେ ପାଣି ଟୋପେ ପିଇବା ପାଇଁ ସୁରକ୍ଷିତ ମଣୁ ନାହାନ୍ତି। ତେବେ ସରକାର ଚିରଦିନ ଏହି ଗୋଦାମକୁ ବଜାୟ ରଖିବେ ନାଁ ପିଲାଙ୍କ ପାଠ୍ୟକ୍ରମ ପାଇଁ ଉଦ୍ଦିଷ୍ଟ ରଖିବେ ଏନେଇ ଅପେକ୍ଷାରେ ଛାତ୍ରଛାତ୍ରୀ।

Hot this week

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

Related Articles

Popular Categories