www.samajalive.in
Saturday, December 6, 2025
16.1 C
Bhubaneswar

ପୁଣି କଳାପଲସର ଆତଙ୍କ, ଝାମ୍ପିନେଲେ ୨ ଲକ୍ଷ ଟଙ୍କା

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥରୁ ସନ୍ଧ୍ୟା ସମୟରେ କିଛି ଦୁର୍ବୃତ୍ତ କଳା ପଲସର ବାଇକରେ ଆସି ମୋଟର ସାଇକେଲରେ ଯାଉଥିବା ଚାଳକଙ୍କ ଠାରୁ ଦୁଇ ଲକ୍ଷ ଟଙ୍କା ଲୁଟି ନେଇଥିବା ବେଳେ ମୋଟର ସାଇକେଲରେ ଯାଉଥିବା ଦୁଇ ଆରୋହୀ ଗୁରୁତର ହୋଇ ବ୍ରହ୍ମପୁର ବଡ ମେଡିକାଲରେ ଚିକିତ୍ସିତ ହେଉଥିବା ଜଣାପଡିଛି।

ଆଜି ସନ୍ଧ୍ୟା ସମୟରେ ଆନ୍ଧ୍ରପ୍ରଦେଶର ପାଲାସର ଦୁଇ ବ୍ୟବସାୟୀ ଶ୍ରୀନିବାସ ରାଓ(୪୨) ଓ ପି.ସୁରେଶ(୫୦) ନିଜ ଟିଭିଏସ ଆପାଚି ମୋଟର ସାଇକେଲ (ଏପି ୩୯ ସିଏସ ୩୨୦୪) ବ୍ରହ୍ମପୁରରୁ ବ୍ୟବସାୟ କାମ ସାରି କେତେକ ବେପାରୀଙ୍କ ଠାରୁ ପ୍ରାୟ ୨ ଲକ୍ଷ ଟଙ୍କା ଧରି ନିଜ ଘରକୁ ଫେରୁଥିଲେ। ଗୋଳନ୍ଥରା ଥାନ ଅନ୍ତର୍ଗତ ଜାତୀୟ ରାଜପଥ ନଂ ୧୬ ତଥା ରୋଲାଣ୍ଡ ବୈଷୟିକ ଶିକ୍ଷା ଅନୁଷ୍ଠାନ ସମ୍ମୁଖ ରାସ୍ତାରେ ପଛ ପଟୁ ଏକ କଳା ରଙ୍ଗର ପଲସରରେ ଦୁଇଜଣ ଯୁବକ ଅଚାନକ ପହଞ୍ଚି ମୋଟରସାଇକେଲ ଯାଉଥିବା ବ୍ୟକ୍ତି ଧରିଥିବା ବ୍ୟାଗ ଯେଉଁଥିରେ ୨ ଲକ୍ଷ ଟଙ୍କା ରହିଥିଲା ଝାମ୍ପି ନେଇଥିଲେ।

- Advertisement -

ଯାହାଫଳରେ ମୋଟରସାଇକେଲରେ ବସିଥିବା ଶ୍ରୀନିବାସ ଏବଂ ସୁରେଶ ରାସ୍ତାରେ କଚାଡି ହୋଇ ପଡ଼ିଯାଇଥିଲେ। ଫଳରେ ଉଭୟ ଗୁରୁତର ଅବସ୍ଥାରେ ରାସ୍ତାରେ‌ ପଡ଼ିରହିଥିଲେ। ଏହି ସମୟରେ ସେହି ରାସ୍ତା ଦେଇ ଯାଉଥିବା କିଛି ଲୋକ ଉଭୟଙ୍କୁ ଉଦ୍ଧାର କରିବା ସହ ଘଟଣା ନେଇ ଗୋଳନ୍ଥରା ଥାନା ସମେତ କନିଷି ଦମକଳ କେନ୍ଦ୍ରକୁ ଖବର ଦେଇଥିଲେ। ଖବର ପାଇ କନିଷି ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉଭୟ ଆହତଙ୍କୁ ବଡ଼ମେଡ଼ିକାଲକୁ ପଠାଇଥିଲେ। ଉଭୟ ଆହତଙ୍କ ମଧ୍ୟରୁ ଶ୍ରୀନିବାସଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି। ବର୍ତମାନ ସୁଦ୍ଧା ଏ ନେଇ ଥାନାରେ କୌଣସି ଲିଖିତ ଅଭିଯୋଗ ହୋଇ ନ ଥିବା ଥାନ ଆଇଆଇସି ବାବୁଲି ନାୟକ ସୂଚନା ଦେଇଛନ୍ତି। ଅନ୍ୟ ପଟେ ଘଟଣା ପରେ ପୁଲିସ ପକ୍ଷରୁ ପାଟ୍ରାଲିଂ କଡାକଡି କରିବା ସହ ଜାତୀୟ ରାଜପଥ କଡ଼ରେ ଥିବା ବିଭିନ୍ନ ଅନୁଷ୍ଠାନ ରେ‌ ଲାଗିଥିବା ସିସିଟିଭି ଯାଞ୍ଚ କରୁଥିବା ଜଣାପଡିଛି।

Hot this week

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories