www.samajalive.in
Saturday, December 6, 2025
23.1 C
Bhubaneswar

ଇନଟାକ୍‍ ପ୍ରତିନିଧିଙ୍କ ବୌଦ୍ଧ ସଂଗ୍ରହାଳୟ ପରିଦର୍ଶନ 

ବୌଦ୍ଧ: ଦେଶର ପ୍ରାଚୀନ କଳା ଓ କିର୍ତ୍ତିରାଜୀର ଗବେଷଣା ଓ ସଂରକ୍ଷଣ କ୍ଷେତ୍ରରେ ଅଗ୍ରଣୀ ଭୂମିକା ନିର୍ବାହ କରୁଥିବା ଇନଟାକର ପ୍ରତିନିଧି ବୁଧବାର ବୌଦ୍ଧର ଐତିହାସିକ କୋଠାରେ ହୋଇଥିବା ସଂଗ୍ରହାଳୟ ପରିଦର୍ଶନ କରିଥିବା ଜଣାଯାଇଛି। ଭୁବନେଶ୍ୱର ଇନଟାକ୍‍ ପ୍ରତିନିଧି ଭାବରେ ମଲ୍ଲିକା ମିଶ୍ର ବୌଦ୍ଧ ଗସ୍ତ କରି ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର, ସହକାରୀ ଜିଲ୍ଳାପାଳ ଅବିନାଶ ପାଣ୍ଡିଆ ଓ ଆର୍କିଟେକ ସୁମନ ଷଡଙ୍ଗୀଙ୍କ ଉପସ୍ଥିତିରେ ସଂଗ୍ରହାଳୟ ବୁଲି ଦେଖିବା ସହିତ ଏହା ପ୍ରତିଷ୍ଠା ଦ୍ୱାରା ଜିଲ୍ଳାର ପ୍ରାଚୀନ ଐତିହ୍ୟ, କଳା, ସଂସ୍କୃତି ଓ କିର୍ତ୍ତିରାଜୀକୁ ସଂରକ୍ଷଣ ମିଳିପାରିବ ବୋଲି ମତବ୍ୟକ୍ତ କରିଥିଲେ। ଆଗାମୀ ଦିନରେ ଏହି ସଂଗ୍ରହାଳୟ ନୁତନ ଗବେଷଣା ପାଇଁ ସହାୟକ ହେବ ତେଣୁ ରାଜ୍ୟ ଇନଟାକ୍‍ ପକ୍ଷରୁ ଏନେଇ ରାଜ୍ୟ ସରକାରଙ୍କୁ ଅବଗତ କରାଯିବ ବୋଲି ମଲ୍ଲିକା ମିଶ୍ର ପ୍ରକାଶ କରିଥିଲେ। ଜିଲ୍ଳାର ପ୍ରତି ପରିବାର ପାଇଁ ବୌଦ୍ଧର ସଂଗ୍ରହାଳୟ ଏକ ପ୍ରମୁଖ ଆକର୍ଷଣ ପାଲଟିଥିବା ବେଳେ ପ୍ରତିଦିନ ସନ୍ଧ୍ୟାରେ ପର୍ଯ୍ୟଟକଙ୍କ ଭିଡ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ସଂଗ୍ରହାଳୟର ଶୋଭା ବର୍ଦ୍ଧନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନବରତ ଭାବରେ ଯୋଜନା ଓ ଉଦ୍ୟମ ଜାରି ରହିଛି।

Hot this week

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

Related Articles

Popular Categories