ଗୋପାଳପୁର: ଶିତଳାପଲ୍ଲୀ ଠାରେ ଥିବା ପାରଳା ମହାରାଜା ଯାନ୍ତ୍ରିକ ମହାବିଦ୍ୟାଳୟ ପକ୍ଷରୁ ଏକ୍ସୋଡ଼ିୟମ ୨୦୨୧ କାର୍ୟ୍ୟକ୍ରମ ଆଜି ଉଦଘାଟିତ ହୋଇଯାଇଛି।ନୂତନ କରି ମହାବିଦ୍ୟାଳୟରେ ପାଦ ଦେଇଥିବା ପ୍ରଥମ ବର୍ଷର ବିଦ୍ୟାର୍ଥୀ ମାନେ ବୈଷୟିକ ଶିକ୍ଷାନୁଷ୍ଠାନକୁ ବୁଝିପାରିବେ ଓ ମହାବିଦ୍ୟାଳୟର ଥିବା ସୁବିଧା, ସୁଯୋଗ ବିଷୟରେ ଜାଣିପାରିବେ ଏନେଇ ଆଗାମୀ ୧୦ ଦିନ ପର୍ୟ୍ୟନ୍ତ ଏହି କାର୍ଯ୍ୟକ୍ରମ ଜାରିରହିବ। ଏହି ଅବସରରେ ମହାବିଦ୍ୟାଳୟର ବିଭିନ୍ନ କ୍ଲବ ପକ୍ଷରୁ ନୂତନ ଭାବେ ନାମ ଲେଖାଇଥିବା ବିଦ୍ୟାର୍ଥୀମାନଙ୍କୁ ଭିନ୍ନ ଭିନ୍ନ ଢଙ୍ଗରେ ସ୍ୱାଗତ କରାଯାଇଥିଲା।
ଆଜି ଅନୁଷ୍ଠିତ ଉଦଘାଟନୀ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ରଞ୍ଜନ କୁମାର ସ୍ୱାଇଁ ଅଧ୍ୟକ୍ଷତା କରିଥିବାବେଳେ ମହାବିଦ୍ୟାଳୟର ଅଧ୍ୟାପିକା ମନୀଷା ଛୋଟରାୟ ପ୍ରାରମ୍ଭିକ ଅଭିଭାଷଣ ପ୍ରଦାନ କରିଥିଲେ। ତୃତୀୟ ବର୍ଷର ଛାତ୍ର ପ୍ରଜ୍ଞା ହୋତା ଏବଂ ଅନ୍ୟୁଶ ପଣ୍ଡା ମଞ୍ଚ ପରିଚାଳନା କରିଥିବା ବେଳେ ଅଭିପ୍ସା ମିଶ୍ର, ଅମନ ସିଂ, ସମତା, ପ୍ରଭାତ, ଆକାଶ,ଦୁର୍ଗା, ବିଶ୍ୱରଂଜନ, ସଂଜୀବ ସାହୁ, ଆଶିଷ ଧଳ, ସାହିଲ ଆହେମ୍ମଦ ରାଜା, ଦିବ୍ୟରଞ୍ଜନ ଗୌଡ଼, ଦିବ୍ୟରଞ୍ଜନ ମାଝୀ, ସଂଗ୍ରାମ କେଶରୀ ସାହୁ ଓ ସନ୍ଦୀପ ସାହୁ ପ୍ରମୁଖ ସଂଯୋଜନା କରିଥିଲେ। ପ୍ରଥମ ଦିନରେ ମହାବିଦ୍ୟାଳୟର ଏନଏସ୍ଏସ୍ ପକ୍ଷରୁ ଛାତ୍ରୀ ବନ୍ଦନା ବିଜଳଷ୍ମୀ ଓ ଛାତ୍ର ରାହୁଲ ସାନମାନଙ୍କୁ ଏନଏସ୍ଏସ୍ ର ଭୂମିକା ବିଷୟରେ ଅବଗତ କରାଯାଇଥିଲା।



