www.samajalive.in
Saturday, December 6, 2025
14.1 C
Bhubaneswar

ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ବତୀଘର

ଗୋପାଳପୁର: ପର୍ଯ୍ୟଟକଙ୍କ ନିମନ୍ତେ ଆଜିଠାରୁ ଖୋଳିବ ଗୋପାଳପୁର ବତୀଘର। ଭାରତ ସରକାରଙ୍କ ବନ୍ଦର ନୌ ପରିବହନ ଏବଂ ବତି ଜାହାଜ ନିର୍ଦେଶାଳୟ କଲିକତା କାର୍ଯ୍ୟାଳୟ ପକ୍ଷରୁ ଏ ନେଇ ଗୋପାଳପୁର ବତୀଘରକୁ ଚିଠି ହୋଇଥିବା ନେଇ ଏସ. କେ. ପାଢ଼ୀ ସୂଚନା ଦେଇଛନ୍ତି । ସନ୍ଧ୍ୟା ୪ ଟାରୁ  ୫ଟା ପର୍ଯ୍ୟନ୍ତ ପର୍ଯ୍ୟଟକମାନେ ବତୀଘର ଉପରକୁ ଯାଇପାରିବେ । ଏଠାକୁ ଯିବାକୁ ବୟସ୍କ ଲୋକଙ୍କ ପାଇଁ ୧୦ ଟଙ୍କା ଟିକଟ ରହିଥିବା ବେଳେ ୧୨ ବର୍ଷରୁ କମ ପିଲାଙ୍କ ପାଇଁ ୩ ଟଙ୍କା ଓ ବିଦେଶୀ ପର୍ଯ୍ୟଟକ ପାଇଁ ୨୫ ଟଙ୍କା, ଫୋଟଗ୍ରାଫି ପାଇଁ ୨୦ ଟଙ୍କା, ଭିଡିଓ ଗ୍ରାଫି ପାଇଁ ୨୫ ଟଙ୍କା ମୂଲ୍ୟ ଧାର୍ଯ୍ୟ ହୋଇଛି।  ତାସହ ଉପରକୁ ଯିବା ପାଇଁ ବିଭିନ୍ନ ନିୟମାବଳୀ ମଧ୍ୟ ରହିଛି।  ପର୍ଯ୍ୟଟକମାନଙ୍କ ପାଇଁ ଏଠାରେ ସେଲ୍ଫିପଏଣ୍ଟ, ପାର୍କ, ଶୌଚାଳୟ, ପାନୀୟ ଜଳ ଆଦିର ବ୍ୟବସ୍ଥା ରହିଛି। ୨୦୧୩ ମସିହା ଠାରୁ ସର୍ବସାଧାରଣଙ୍କ ପ୍ରବେଶ ଉପରେ କଟକଣା ଲଗାଇ ଦିଆଯାଇଥିଲା। ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ପରେ ସୁରକ୍ଷାକୁ ନଜରରେ ରଖି ସାମୁଦ୍ରିକ ପଥ ଉପରେ କଡ଼ା ନଜର ରଖିବା ପାଇଁ କେନ୍ଦ୍ର ସରକାରଙ୍କ ନିଷ୍ପତି ପ୍ରକାରେ ୨୦୧୩ ମସିହାରେ ବତୀଘର ଉପରେ ଏକ ରାଡାର୍ ଖଞ୍ଜାଯାଇଥିଲା। ତେଣୁ ପର୍ଯ୍ୟଟକଙ୍କ ପାଇଁ କଟକଣା ଜାରି ହୋଇଥିଲା । ପର୍ଯ୍ୟଟକଙ୍କୁ ଆକୃଷ୍ଠ କରିବା ପାଇଁ ଆଜିଠାରୁ ବତୀଘର ଖୋଲିବ ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories