www.samajalive.in
Monday, December 15, 2025
26.1 C
Bhubaneswar

୧୫ ଲକ୍ଷ ଟଙ୍କା ନେଇ ଚମ୍ପଟ ମାରିଲେ ମାନବ ସମ୍ବଳ ଅଧିକାରୀ

ଗୋପାଳପୁର: ୧୫ ଲକ୍ଷ ଟଙ୍କା ନେଇ ଫେରାର ହେଲେ ମାନବ ସମ୍ବଳ ଅଧିକାରୀ।  ଗୋଳନ୍ଥରା ଥାନା ଅନ୍ତର୍ଗତ ଲଉଡିଗାଁ ଠାରେ ନିର୍ମାଣଧୀନ ରହିଥିବା ଆଇଜର କ୍ୟାମ୍ପସ ର ନିର୍ମାଣ କାମ ଦାୟିତ୍ଵ ରେ ଏକ ଠିକା ସଂସ୍ଥାର ମାନବ ସମ୍ବଳ ଅଧିକାରୀ ୧୫ ଲକ୍ଷ ଟଙ୍କା ସହ ଫେରାର ରହିଥିବା ନେଇ ଥାନାରେ ମାମଲା ରୁଜୁ କରାଯାଇଛି। ଅଭିଯୋଗ ଅନୁଯାୟୀ ଦିଲ୍ଲୀ ସ୍ଥିତ କେ ଜି ଏନ ସଂସ୍ଥା ଆଇଜର ର ନିର୍ମାଣ କାମରେ ନିୟୋଜିତ ରହିଥିବା ବେଳେ ସେଠାରେ ଆନ୍ଧ୍ରପ୍ରଦେଶ ବିଜୟବାଡା ର ଡି ଚନ୍ଦୁ ମାନବ ସମ୍ବଳ ଅଧିକାରୀ ଭାବେ ଗତ ୨୦୧୯ ରୁ କାର୍ଯ୍ୟରତ ଥିଲେ। ଗତ ୪ ତାରିଖରେ ଚନ୍ଦୁ କମ୍ପାନୀ ର କାର ଯୋଗେ ଭୂବନେଶ୍ବର କାର୍ଯ୍ୟାଳୟ କାମରେ ଯାଇ ସନ୍ଧ୍ୟା ସୁଦ୍ଧା ଫେରିବା କାର୍ଯ୍ୟକ୍ରମ ସ୍ଥିର ହୋଇଥିଲା। କିନ୍ତୁ ୫ ତାରିଖ ସୁଦ୍ଧା କାର୍ଯ୍ୟ କ୍ଷେତ୍ର କୁ ପହଞ୍ଚି ନଥିଲେ। ସକାଳ ୭ ଟା ବେଳେ କମ୍ପାନୀ ର ବିକାଶ କୁମାର ରୋସ୍ତୋଗି ଙ୍କ ମୋବାଇଲ କୁ କମ୍ପାନୀ ର କାର ବିଶାଖାପାଟଣା ରେଳ ଷ୍ଟେସନ ର ପାର୍କିଂ ସ୍ଥାନରେ କାର ପାର୍କିଂ କରାଯାଇଥିବା ନେଇ ମୋବାଇଲ ହ୍ବାଟସ ଆପ ରେ ମେସେଜ ସହ ଫଟୋ ଚନ୍ଦୁ ଙ୍କ ମୋବାଇଲ ରୁ ଆସିଥିଲା।  ଏହା ଦେଖି  ସେମାନେ ଆଶ୍ଚର୍ଯ୍ୟ ହେବା ସହ କମ୍ପାନୀ ର ଜି ଏମ  ଏମ ଭି ଭାସ୍କର ରେଡ୍ଡୀ ଙ୍କ ସହ ବିଶାଖାପାଟଣା ପହଞ୍ଚି କାର କୁ ଠାବ କରିବା ସହ ସେଠାରୁ ତାକୁ ନେଇ ଆସିଥିଲେ। କିନ୍ତୁ ଘଟଣା ପରଠାରୁ ଚନ୍ଦୁଙ୍କ ମୋବାଇଲ ବନ୍ଦ ରହିଥିବା ବେଳେ କମ୍ପାନୀ ର ଦୈନନ୍ଦିନ କାମ ନିମନ୍ତେ ତାଙ୍କ ଠାରେ ଥିବା ୧୫ ଲକ୍ଷ ଟଙ୍କା ସହ ସେ ଫେରାର ରହିଥିବା ଲିଖିତ ଭାବେ  ଶ୍ରୀ ରୋସ୍ତୋଗି ଅଭିଯୋଗ କରିଛନ୍ତି। ଅଭିଯୋଗ କୁ ଭିତ୍ତି କରି ପୁଲିସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories