ସୁଆଣ୍ଡୋ: ଆଜି ସନ୍ଧ୍ୟାରେ ୫-ଟି ସଚିବ ଭି.କେ. ପାଣ୍ଡିଆନ ଏବଂ ପୁରୀ ଜିଲାପାଳ ସମର୍ଥ ବର୍ମା ପୁଣ୍ୟାତ୍ମା ଗୋପବନ୍ଧୁଙ୍କ ଷଠିଘରେ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଐତିହ ଗ୍ରାମ ପ୍ରକଳ୍ପ ନିର୍ମାଣ ସ୍ଥଳ ପରିଦର୍ଶନ କରି ଶ୍ରୀ ପାଣ୍ଡିଆନ ସମୀକ୍ଷା କରିଥିଲେ । ଉକ୍ତ ନିର୍ମାଣ କାମ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଓବିସିସିର ନିର୍ବାହୀ ଯନ୍ତ୍ରୀ ଉପସ୍ଥିତ ରହିଥିଲେ । ଗୋପବନ୍ଧୁ ସ୍ରୁତି ପରିଷଦ ସଭାପତି ଧୀରେନ୍ଦ୍ର ନାଥ ଦାସ ସମସ୍ତଙ୍କୁ ସ୍ୱାଗତ କରିଥିଲେ।
ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ଉତ୍ସବ ଜନ୍ମମାଟି ସୁଆଣ୍ଡୋରେ ଗୋପବନ୍ଧୁ ସ୍ମୁତିପରିଷଦ ଆନୁକୂଲ୍ୟରେ ଶନିବାର ପାଳିତ ହୋଇ ଯାଇଛି। ଏହି ଅବସରରେ ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ଉପସଭାପତି ତଥା ସମାଜର ମୁଦ୍ରାକର ପ୍ରକାଶକ ନିରଞ୍ଜନ ରଥ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ। ଧନ ମାନ ପଦ ପଦବୀ ଗୋପବନ୍ଧୁ ଚାହିଁ ନଥିଲେ। ସମଗ୍ର ମାନବ ସମାଜକୁ ନିଜର ଆତ୍ମୀୟସ୍ବଜନ ବୋଲି ସେ ବୁଝିଥିଲେ। ଏହିପରି ମାନବବାଦୀ ପୁଣ୍ୟାତ୍ମା ଗୋପବନ୍ଧୁ କେବଳ ଉତ୍କଳମଣି ନଥିଲେ ସେ ଥିଲେ ବିଶ୍ୱମଣି ବୋଲି ଶ୍ରୀ ରଥ କହିଥିଲେ । ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସଂପାଦକ ତଥା ସମାଜର ମୁଖ୍ୟ ପ୍ରଶାସନିକ ଅଧିକାରୀ ଡ ପ୍ରଭାସ ଆଚାର୍ଯ୍ୟ, ଉପମୁଖ୍ୟ ସହ-ସମ୍ପାଦିକା ମମତା ବିଶୋଇ, ଭବାନୀଶଙ୍କର ମିଶ୍ର ପ୍ରମୁଖ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ।
ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ ଷଠୀଘରେ ଉତ୍କଳମଣିଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରି ସୁଆଣ୍ଡୋ ଐତିହ୍ୟ ଗ୍ରାମ ଗଠନ ପାଇଁ ଚାଲିଥିବା ନିର୍ମାଣ କାମ ଏକବର୍ଷ ମଧ୍ୟରେ ଶେଷ ହେବ ବୋଲି କହିଥିଲେ। ସମିତି ଅଧ୍ୟକ୍ଷା ସସ୍ମିତା ପ୍ରଧାନ, ଜିଲାପରିଷଦ ସଭ୍ୟ ପ୍ରହଲାଦ ଘଟୁଆରୀ, ବ୍ଲକ ବିଜେଡି ସଭାପତି ପ୍ରମୋଦ ରାଉତରାୟ ପ୍ରମୁଖ ଉପସ୍ଥିତ ରହିଥିଲେ। ଜିଲା ପ୍ରଶାସନ ପକ୍ଷରୁ ଏଡିଏମ ରାଜସ୍ବ ସୁଭାଷ ଚନ୍ଦ୍ର ନାଥ ଶର୍ମା, ଡିପିଆରଓ ଜିତେନ୍ଦ୍ରିୟ ଜେନା, ବିଡିଓ କ୍ଷିରୋଦ କୁମାର ବେହେରା ସହକାରୀ ଯନ୍ତ୍ରୀ ବିଶ୍ୱ ମୋହନ ପଟ୍ଟନାୟକ ଯୋଗଦେଇ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। କଂଗ୍ରେସ ପକ୍ଷରୁ ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ପ୍ରମୁଖ ଯୋଗ ଦେଇଥିଲେ। ସୁଆଣ୍ଡୋ ସେତୁ ସଙ୍ଗଠନ ସଭାପତି ଗୋବିନ୍ଦ ମହାପାତ୍ର ମା ଗଡଚଣ୍ଡି ମହିଳା ସଂଘ କର୍ମକର୍ତ୍ତା ଆଠଗଡରୁ ଆସିଥିବା ଛାତ୍ର ଛାତ୍ରୀ ମାନେ ପଦଯାତ୍ରା ରେ ଆସି ଷଠୀ ଘରେ ମାଲ୍ୟାର୍ପଣ କରିଥିଲେ । ପୁରୀ ପୁଜ୍ୟପୂଜା ସଂଗଠନର କ୍ରୁଷ୍ଣ ଜଗଦ୍ଦେବ ପ୍ରମୁଖ ପଦଯାତ୍ରା କରି ଆସିଥିଲେ। ସେହିପରି ବିଭିନ୍ନ ସଂଗଠନ ସମାଜସେବୀ ଛାତ୍ର ଛାତ୍ରୀ ବୁଦ୍ଧିଜୀବୀ ପ୍ରମୁଖ ଯୋଗ ଦେଇଥିଲେ।



