www.samajalive.in
Saturday, December 13, 2025
14.1 C
Bhubaneswar

ସରିଲା ହ୍ବାଟ୍ସଆପ୍‌ ଯୁଗ! ଆସୁଛି ଗୁଗଲ୍‌ ସାଟେଲାଇଟ୍‌ ମେସେଜିଂ ଫିଚର୍‌, ବିନା ଇଣ୍ଟରନେଟ୍‌ରେ ହେବ ଚାଟିଂ

ସମାଜ ଡିଜିଟାଲ ଡେସ୍କ: ମେସେଜିଂ ତଥା ଅନଲାଇନ୍ ଚାଟିଂ ଦୁନିଆରେ ହ୍ବାଟ୍ସଆପ୍ ହେଉଛି ବହୁଳ ବ୍ୟବହୃତ ଆପ୍‌। ତେବେ ଇଣ୍ଟରନେଟ୍‌ ବିନା ହ୍ବାଟ୍ସଆପ୍‌ରେ ଚାଟିଂ କରାଯାଇପାରିବ ନାହିଁ। ଅନେକ ଥର ଆପଣ ଏପରି ଅଞ୍ଚଳରେ ଥାଆନ୍ତି, ଯେଉଁଠାରେ ନେଟୱର୍କ କିମ୍ବା ୱାଇଫାଇ ନଥାଏ। ଆଉ ଏହି ସମୟରେ ହ୍ବାଟ୍ସଆପ୍ ମଧ୍ୟ ଅକାମୀ ହୋଇଯାଏ। ଏଭଳି ପରିସ୍ଥିତିରେ ଅନେକ ସମସ୍ୟା ସୃଷ୍ଟି ହୋଇଥାଏ। କିନ୍ତୁ ଏବେ ଗୁଗଲ୍‌ ପକ୍ଷରୁ ମେସେଜିଂ ଆପ୍‌ ପାଇଁ ଏକ ନୂଆ ସାଟେଲାଇଟ୍‌ ମେସେଜିଂ ଫିଚର୍‌ ଆସୁଛି। ଆସନ୍ତୁ ଜାଣିବା ଏହି ନୂଆ ଫିଚର୍‌ କେମିତି କାମ କରେ।

ସାଟେଲାଇଟ୍‌ ମେସେଜିଂ କ’ଣ?

- Advertisement -

ଏହି ଫିଚର୍‌ରେ ଉପଭୋକ୍ତାଙ୍କ ଗୁଗଲ୍‌ ମେସେଜିଂ ଫିଚର ସିଧାସଳଖ ସାଟେଲାଇଟ୍‌ କନେକ୍ଟିଭିଟି ସହ ଲିଙ୍କ୍‌ ହେବ। ଅର୍ଥାତ୍ ଏଥିପାଇଁ ମୋବାଇଲ୍ ଟାୱାରର କୌଣସି ଆବଶ୍ୟକତା ରହିବ ନାହିଁ। ଉପଭୋକ୍ତା ସିଧାସଳଖ ଗୁଗଲ୍ ସାଟେଲାଇଟ୍ ମେସେଜିଂ ଟୁଲ୍ ଖୋଲି ମେସେଜ୍‌ କରିପାରିବେ। ଏଥିରେ ଆପଣଙ୍କ ଫୋନ୍ ସିଧାସଳଖ ସାଟେଲାଇଟ୍‌ ସହିତ ସଂଯୁକ୍ତ ହେବ। ଏଥିରେ ଦୁଇଟି ଉପାୟରେ ମେସେଜିଂ କରିହେବ। ସୂଚନା ଅନୁସାରେ, ଗୁଗଲ୍ କୃତ୍ରିମ ବୁଦ୍ଧିମତା ଅର୍ଥାତ୍‌ AI ଚାଟ୍‌ବଟ୍‌ ଜେମିନିର ଇଣ୍ଟିଗ୍ରେଶନ ସହ ମେସେଜିଂ ଆପ୍‌ର ଏକ ନୂଆ ବିଟା ଭର୍ସନ ଆରମ୍ଭ କରିବାକୁ ଯାଉଛି।

ହ୍ବାଟ୍ସଆପ୍‌କୁ ଦେବ ଟକ୍କର

ଗୁଗଲ୍‌ ସାଟେଲାଇଟ୍‌ ମେସେଜିଂ ଫିଚର୍‌ ହ୍ବାଟ୍ସଆପ୍‌କୁ ଜୋରଦାର ଟକ୍କର ଦେବ ବୋଲି ଆଶା କରାଯାଉଛି। ଏଥିସହ ଗୁଗଲ୍‌ର ନୂଆ ମେସେଜିଂ ଫିଚର୍‌ iPhoneର ଏମର୍ଜେନ୍ସି ମେସେଜିଂ ଫିଚରଠାରୁ ମଧ୍ୟ ବେଶ୍‌ ଉନ୍ନତ ହେବ, କାରଣ ଏଥିରେ ଜରୁରୀକାଳୀନ ସେବା ସହ ଜରୁରୀ ମେସେଜ୍‌ର ଉତ୍ତର ଦେବା ସୁବିଧା ରହିବ। ଏଥିରେ ୟୁଜର୍‌ ନିଜ କଣ୍ଟାକ୍ଟ ଲିଷ୍ଟରେ ଥିବା ଯେକୌଣସି ନମ୍ବର ସହ ଯୋଗାଯୋଗ କରିପାରିବେ।

ତେବେ ଆଣ୍ଡ୍ରଏଡ୍ ୧୫ ରୋଲଆଉଟ୍ ପୂର୍ବରୁ ଏହି ଫିଚର୍‌ ଉପଭୋକ୍ତାମାନଙ୍କ ପାଇଁ ଉପଲବ୍ଧ ହେବ କି ନାହିଁ ଏପର୍ଯ୍ୟନ୍ତ ସେନେଇ କୌଣସି ସୂଚନା ନାହିଁ। Google ଏହାର ମେସେଜିଂ ସେବାକୁ ଉନ୍ନତ କରିବା ଦିଗରେ କାର୍ଯ୍ୟ କରୁଛି। ମେସେଜିଂ ଆପ୍ ଏହାର ଇମେଜ୍‌-ଶେୟାରିଂ ଇଣ୍ଟରଫେସ୍‌କୁ ଉନ୍ନତ କରୁଛି।

 

Hot this week

କଂଗ୍ରେସର ଆଭ୍ୟନ୍ତରୀଣ ରାଜନୀତି ସରଗରମ

ଏବେ କିଛି କହୁନାହିଁ, ସମୟ କହିବ: ଭକ୍ତ ଦିଲ୍ଲୀରେ ସମାଧାନ...

ଶୀତରେ ରୁମ୍‌ ହିଟର ଲଗାଉଛନ୍ତି କି? ପିଲାଙ୍କ କେତେ ସୁରକ୍ଷିତ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ, କୋଠରୀକୁ ଉଷ୍ମ ରଖିବା ପାଇଁ...

ଗୁରୁ ପୃଷ୍ଟିଙ୍କ ମୃତ୍ୟୁ ଘଟଣା : ହତ୍ୟା ଅଭିଯୋଗ ଆଣିଲେ ମଉସା

ଧାମନଗର : ଯାତ୍ରା ଅଭିନେତା ଗୁରୁ ପୃଷ୍ଟିଙ୍କ ଦୁର୍ଘଟଣାଜନିତ ମୃତ୍ୟୁର ୬...

ନିଯୁକ୍ତିଭିତ୍ତିକ ପ୍ରଶିକ୍ଷଣ ସତ୍ତ୍ବେ ମିଳୁନି ଚାକିରି

୧.୪୭ ଲକ୍ଷ ତାଲିମଧାରୀ; ୪୩ ହଜାରଙ୍କୁ ନିଯୁକ୍ତି ସର୍ତ୍ତ ମାନୁନାହାନ୍ତି...

ଛତିଶା ନିଯୋଗ ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି: ଜାନୁଆରୀ ୩ରେ ଦୁର୍ଲଭ ସୁନାବେଶ

ପୁରୀ: ଚଳିତ ମାସ ୧୬ରୁ ଜାନୁଆରୀ ୧୩ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ହେବାକୁ...

Related Articles

Popular Categories