www.samajalive.in
Sunday, December 7, 2025
14.1 C
Bhubaneswar

ଏମିତି ବଞ୍ଚାଇଥିଲେ ଭଉଣୀର ଜୀବନ, ଖୁସି ହୋଇ ଚାକିରି ଦେବା ପାଇଁ କହିଲେ ଆନନ୍ଦ ମହିନ୍ଦ୍ରା

ନୂଆଦିଲ୍ଲୀ : ମହିନ୍ଦ୍ରା ଗ୍ରୁପର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ ଏକ୍ସରେ ବେଶ୍ ସକ୍ରିୟ ରୁହନ୍ତି । ଅନେକ ସମୟରେ ସେ ଅଲଗା ମୁଦ୍ଦା ଉପରେ ନିଜ ମତାମତ ପୋଷ୍ଟ କରିଥାନ୍ତି । ତାଙ୍କ ଫ୍ୟାନ୍ ଫଲୋଇଂ ମଧ୍ୟ ବହୁତ ଅଧିକ । ନିକଟରେ ସେ ସେହି ଝିଅକୁ ନିଯୁକ୍ତି ଦେବା ପାଇଁ କହିଛନ୍ତି ଯିଏ ଆଲେକ୍ସା ସାହାଯ୍ୟରେ ନିଜ ସାନ ଭଉଣୀର ଜୀବନ ବଞ୍ଚଇଥିଲେ ।

- Advertisement -

ଉତ୍ତର ପ୍ରଦେଶର ବସ୍ତି ଜିଲାରେ ରହୁଥିବା ୧୩ ବର୍ଷର କିଶୋରୀ ଆଲେକ୍ସା ସାହାଯ୍ୟରେ ନିଜ ଘରେ ପଶିଥିବା ମାଙ୍କଡକୁ ଘଉଡାଇ ଦେଇଥିଲେ ଏବଂ ନିଜ ସାନ ଭଉଣୀର ଜୀବନ ବଞ୍ଚାଇଥିଲେ । ଗୋଟେ ମାଙ୍କଡ ତାଙ୍କ ଘରକୁ ଅଚାନକ ପଶି ଆସିଥିଲା । ସେ ମାଙ୍କଡକୁ ଡରାଇବା ପାଇଁ ଆଲେକ୍ସା ସାହାଯ୍ୟରେ କୁକୁର ଭୋକିବାର ଶବ୍ଦ ବ୍ୟବହାର କରିଥିଲେ  । ଏହା ଶୁଣି ମାଙ୍କଡଟି ତୁରନ୍ତ ଦୌଡି ପଳାଇଥିଲା । ନିଜ ୧୫ ମାସର ସାନ ଭଉଣୀର ଜୀବନ ବଞ୍ଚାଇବା ପାଇଁ ତାଙ୍କର ଏହି ଉପାୟକୁ ସମସ୍ତେ ଗଣମାଧ୍ୟମରେ ପ୍ରଶଂସା କରିଥିଲେ ।

ପଡିଆରେ ଫୁଟବଲ୍ ଖେଳୁଛି ହାତୀ, ଭିଡିଓ ଭାଇରାଲ

ଏହି ଘଟଣାରେ ପ୍ରତିକ୍ରିୟା ରଖି ଆନନ୍ଦ ମହିନ୍ଦ୍ରା ନିଜ ଏକ୍ସରେ ଲେଖିଛନ୍ତି କି ‘ଏହି ପିଲାର କାହାଣୀ ପ୍ରେରଣା ଦେଉଛି ଯେ ପ୍ରଯୁକ୍ତିବିଦ୍ୟା ସବୁବେଳେ ମଣିଷକୁ ସାହାଯ୍ୟ କରେ ଏବଂ ମଣିଷର ଦକ୍ଷତାକୁ ବଢାଇବାରେ ସହଯୋଗ କରିଥାଏ । ଏହି ବାଳିକାର ଚିନ୍ତା କରିବାର ଶକ୍ତି ଅସାଧାରଣ । ନିଜ ପଢା ସାରିବା ପରେ ଯଦି ସେ କର୍ପୋରେଟ୍ ଜଗତରେ ଯୋଡି ହେବାକୁ ଚାହିଁବେ ତେବେ ଆଶା କରୁଛୁ କି ଆମେ ତାଙ୍କୁ ମହିନ୍ଦ୍ରରାଇଜରେ ଯୋଡି ହେବାକୁ ମନାଇପାରିବୁ ।’

Hot this week

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

Related Articles

Popular Categories