www.samajalive.in
Monday, December 15, 2025
27.1 C
Bhubaneswar

ପୁଣି କର୍ମଚାରୀଙ୍କୁ ଛଟେଇ କଲା ଗୁଗଲ: ଭାରତରେ ପଡିପାରେ ପ୍ରଭାବ

ନୂଆଦିଲ୍ଲୀ: ବଡ ବଡ କମ୍ପାନୀରେ ଛଟେଇ ପ୍ରକ୍ରିୟା ବନ୍ଦ ହେବାର କୌଣସି ସଙ୍କେତ ମିଳୁନାହିଁ। ଚଳିତ ବର୍ଷ ଏପର୍ଯ୍ୟନ୍ତ ଅନେକ ନାମୀଦାମୀ କମ୍ପାନୀ ସେମାନଙ୍କ କର୍ମଚାରୀଙ୍କୁ ଛୁଟେଇ କରିଛନ୍ତି। ଏହି କ୍ରମରେ ଗୁଗଲ ପୁଣି ଥରେ ନିଜ କର୍ମଚାରୀଙ୍କୁ ଛଟେଇ କରି ଚର୍ଚ୍ଚାରେ ରହିଛି। କମ୍ପାନୀର ମୁଖପାତ୍ର କହିଛନ୍ତି ଯେ ଏଥର ଛଟେଇ ସୀମିତ ସ୍ତରରେ ହୋଇଛି। ଏହାଦ୍ୱାରା ପୁରା କମ୍ପାନୀରେ କୌଣସି ପ୍ରଭାବ ପଡିବ ନାହିଁ। ଛଟେଇ ହୋଇଥିବା କର୍ମଚାରୀ ମାନେ ଗୁଗଲରେ ଅନ୍ୟାନ୍ୟ ପଦବୀ ପାଇଁ ଆବେଦନ କରିବାର ସୁଯୋଗ ପାଇପାରିବେ। ପ୍ରକୃତରେ କେତେ କର୍ମଚାରୀଙ୍କୁ ଛଟେଇ କରାଯାଇଛି ଏବଂ କେଉଁ ବିଭାଗରେ ଛଟେଇ ହୋଇଛି ସେ ସମ୍ପର୍କରେ କମ୍ପାନୀ ମୁଖପାତ୍ର କୌଣସି ସୂଚନା ଦେଇନାହାଁନ୍ତି।
ସୂଚନା ଅନୁସାରେ ଗୁଗଲ ଏହାର ଅପରେଟିଂ ଖର୍ଚ୍ଚକୁ ଭଲ ଭାବରେ ପରିଚାଳନା କରିବା ପାଇଁ କମ୍ପାନୀ କାର୍ଯ୍ୟରେ ପ୍ରମୁଖ ପରିବର୍ତ୍ତନ କରୁଛି। ଯେଉଁ ବିଭାଗରେ ପରିବର୍ତ୍ତନ ହେଉଛି ସେଥିରେ ଭାରତ ସମେତ ଚିକାଗୋ ହବ୍‌‌ ସାମିଲ ରହିଛି। ଏହି ପରିବର୍ତ୍ତନ ହେଲେ ଭାରତରେ ପ୍ରଭାବ ପଡିବ ବୋଲି କୁହାଯାଉଛି। ୨୦୨୪ରେ ଏହା ହେଉଛି ଗୁଗୁଲର ଦ୍ୱିତୀୟ ଛଟେଇ। ଗତ ଜାନୁଆରୀ ମାସରେ ଗୁଗଲ ନିଜ କର୍ମଚାରୀଙ୍କୁ ଛଟେଇ କରିଥିଲା। ଇଞ୍ଜିନିୟରିଂ, ହାର୍ଡୱେର୍‌‌ ଏବଂ ଆସିଷ୍ଟାଣ୍ଟ ପଦବୀରେ ଅନେକ କର୍ମଚାରୀଙ୍କୁ ଛଟେଇ କରାଯାଇଥିଲା।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories