www.samajalive.in
Saturday, December 6, 2025
26.1 C
Bhubaneswar

ଆଜି ମୁମ୍ବଇ ଇଣ୍ଡିଆନ୍ସ-ପଞ୍ଜାବ କିଙ୍ଗସ୍ ଟକ୍କର

ପଞ୍ଜାବ: ଆଇପିଏଲ୍ ମହାସମର। ଆଜି ପଞ୍ଜାବ ମୁଲାନପୁରରେ ମୁମ୍ବଇ ଇଣ୍ଡିଆନ୍ସ ଏବଂ ପଞ୍ଜାବ କିଙ୍ଗସ୍ ମଧ୍ୟରେ ମୁକାବିଲା ହେବ। ଦୁଇ ଦଳ ବର୍ତ୍ତମାନ ସୁଦ୍ଧା ସମାନ ସ୍ଥିତିରେ ରହିଛନ୍ତି। ଉକ୍ତ ମ୍ୟାଚକୁ ଜିତି ସ୍ଥିତିରେ ଉନ୍ନତି ଆଣିବା ଲକ୍ଷ୍ୟରେ ଦୁଇ ଦଳ ପଡ଼ିଆକୁ ଓହ୍ଲାଇବେ। ହାର୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ବାଧିନ ମୁମ୍ବଇ ଇଣ୍ଡିଆନ୍‌ସ ୬ଟି ମ୍ୟାଚରୁ ୨ଟି ବିଜୟ ଓ ୪ଟି ପରାଜିତ ହୋଇଛି। ଦଳ ସନରାଇଜର୍ସ ହାଇଦ୍ରାବାଦ, ଗୁଜରାଟ ଟାଇଟାନ୍ସ , ଚେନ୍ନାଇ ସୁପରକିଙ୍ଗ୍‌ସ ଓ ରାଜସ୍ଥାନ ରୟାଲ୍ସ ନିକଟରୁ ପରାଜିତ ହୋଇଥିବାବେଳେ ଦିଲ୍ଲୀ କ୍ୟାପିଟାଲ୍ସ ଓ ରୟାଲ୍‌ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ପରାସ୍ତ କରିଥିଲା। ଦଳ ପ୍ରଥମ୍ ୩ଟି ମ୍ୟାଚରେ ପରାଜିତ ହୋଇଥିବାବେଳେ ୪ର୍ଥ ଓ ୫ମ ମ୍ୟାଚରେ ବିଜୟୀ ହୋଇଥିଲା। ଶେଷ ମ୍ୟାଚରେ ଚେନ୍ନାଇ ସୁପରକିଙ୍ଗ୍‌ସ ନିକଟରୁ ପରାଜିତ ହୋଇଥିଲା। ଦଳର ବ୍ୟାଟିଂ ଭାର ଇଶାନ କିଷନ, ରୋହିତ ଶର୍ମା, ସୂର୍ଯ୍ୟକୁମାର ଯାଦବ, ତିଲକ ବର୍ମା , ଟିମ୍‌ ଡେଭିଡ୍‌ ଓ ରୋମାରିଓ ସେଫର୍ଡ ରହିଛନ୍ତି। ରୋହିତ ଶେଷ ମ୍ୟାଚରେ ଶତକ ହାସଲ କରିଥିବାବେଳେ ସୂର୍ଯ୍ୟକୁମାର ଯାଦବ ୩ଟି ମ୍ୟାଚରୁ ଦୁଇଟି ଇନିଂସରେ ଖାତା ଖୋଲିପାରିନାହାନ୍ତି। ଆହତ ପାଇଁ ପ୍ରଥମ ୩ଟି ମ୍ୟାଚରୁ ବାଦ୍‌ ପଡ଼ିଥିବା ସୂର୍ଯ୍ୟକୁମାରଙ୍କୁ ଏବେ ଖେଳ ଦେଖାଇବାକୁ ପଡ଼ିବ। ବୋଲିଂରେ ଯଶପ୍ରୀତ ବୁମ୍‌ରାଙ୍କୁ ବାଦ୍‌ ଦେଲେ ଅନ୍ୟ ସମସ୍ତ ବୋଲର ମହଙ୍ଗା ସାବ୍ୟସ୍ତ ହେଉଛନ୍ତି। ଯାହା ଦଳ ପାଇଁ ଚିନ୍ତାର ବିଷୟ ହୋଇଛି।  ଅନ୍ୟପକ୍ଷରେ ପଞ୍ଜାବ କିଙ୍ଗ୍‌ସ ୬ଟି ମ୍ୟାଚରୁ ୨ଟି ବିଜୟ ଓ ୪ଟି ପରାଜିତ ହୋଇଛି। ବ୍ୟାଟିଂ ବିଭାଗରେ ଦଳର ଦୁର୍ବଳ ପ୍ରଦର୍ଶନ ଚିନ୍ତାଜନକ ହୋଇଛି। ଅଥର୍ବ ଟାଇଡେ, ପ୍ରଭସିମରନ ସିଂହ, ଜନି ବେୟାରଷ୍ଟୋ, ସାମ କରନ,ଜିତେଶ ଶର୍ମା, ଶଶାଙ୍କ ସିଂହ, ଲିୟାମ ଲିଭିଙ୍ଗଷ୍ଟୋନ ପ୍ରମୁଖଙ୍କ ଉପରେ ଦଳର ବ୍ୟାଟିଂ ଭାର ନିର୍ଭର କରୁଛି।

Hot this week

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

Related Articles

Popular Categories