ପଶ୍ଚିମବଙ୍ଗରେ ଦୁଇ ମାଲ୍ବାହୀ ଟ୍ରେନ୍ ପରସ୍ପର ଧକ୍କା: ଓଲଟିଲା ଇଞ୍ଜିନ, ଦେଖନ୍ତୁ ଭିଡିଓ
କଲକାତା: ପଶ୍ଚିମବଙ୍ଗର ବାଙ୍କୁରାରେ ରବିବାର ସକାଳୁ ଏକ ବଡ଼ ରେଳ ଦୁର୍ଘଟଣା ଘଟିଛି। ଏଠାରେ ଥିବା ଓଣ୍ଡା ରେଳ ଷ୍ଟେସନ ନିକଟରେ ଦୁଇଟି ମାଲ୍ବାହୀ ଟ୍ରେନ୍ ପରସ୍ପର ସହ ଧକ୍କା ହୋଇଛି। ଏହି ଧକ୍କା ଏତେ ଭୟଙ୍କର ଥିଲା ଯେ, ଉଭୟ ଟ୍ରେନର ଇଞ୍ଜିନ କେବଳ ଲାଇନଚ୍ୟୁତ ହୋଇ ନଥିଲା ବରଂ ଘଟଣାସ୍ଥଳରେ ଓଲଟି ପଡ଼ିଥିଲା। ଏହି ଘଟଣାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି, ଯେଉଁଥିରେ ରେଳ ଧାରଣା ଏବଂ ମାଲବାହୀ ଟ୍ରେନର ବ୍ୟାପକ କ୍ଷୟକ୍ଷତି ହୋଇଥିବା ଦେଖିବାକୁ ମିଳିଛି। ଏହି ଘଟଣା ପରେ ଖଡ଼ଗପୁର-ବାଙ୍କୁରା-ଆଦ୍ରା ରେଳ ଲାଇନକୁ ବନ୍ଦ କରି ଦିଆଯାଇଛି। ବର୍ତ୍ତମାନ ସୁଦ୍ଧା ଘଟଣାର କ୍ଷୟକ୍ଷତି ଏବଂ ମୃତାହତଙ୍କ ସମ୍ପର୍କରେ ସୂଚନା ମିଳିନାହିଁ।
#WATCH | West Bengal: Two goods trains collided at Onda railway station in Bankura. Rail operation on Kharagpur–Bankura–Adra line has been halted. More details awaited. pic.twitter.com/T4sL5rn7Rp
— ANI (@ANI) June 25, 2023
ଦୁର୍ଘଟଣା ପରେ ଖଡ଼ଗପୁର-ଆଦ୍ରା ମଧ୍ୟରେ ଚଳାଚଳ କରୁଥିବା ୧୪ଟି ଟ୍ରେନ୍ ବାତିଲ କରାଯାଇଛି। ଏଥିସହ ୩ଟି ଟ୍ରେନର ଗତିପଥ ପରିବର୍ତ୍ତନ କରାଯାଇଥିବା ବେଳେ ଦୁଇଟିର ଷ୍ଟେସନ ବଦଳାଯାଇଛି।
Comments are closed.