www.samajalive.in
Sunday, December 7, 2025
14.1 C
Bhubaneswar

ଭକ୍ତଙ୍କ ସୁରକ୍ଷାରେ ସୁନାର ଶିବପାର୍ବତୀ ମୂର୍ତି: ସୁରକ୍ଷା ବଢ଼ାଇଲା ନୂଆପଡ଼ା ପୁଲିସ

ବରଗଡ଼ : ନୂଆପଡ଼ା ଜିଲାର ଦେବହରହା ଗ୍ରାମ ପଞ୍ଚାୟତର ମାଟିତଳୁ ଅଢ଼େଇଫୁଟ ଉଚ୍ଚତା ଏବଂ ଦେଢ଼ଫୁଟ ଚଉଡ଼ା ତଥା ପାଞ୍ଚ କେଜି ଓଜନ ବିଶିଷ୍ଟ ସୁନାର ଶିବପାର୍ବତୀ ମୂର୍ତ୍ତି ଉଦ୍ଧାର ହୋଇଛି। ଏ ସମ୍ପର୍କରେ ଦୈନିକ ସମାଜରେ ଖବର ପ୍ରକାଶ ପାଇବା ପରେ ରାଜ୍ୟବ୍ୟାପୀ ଆଲୋଡ଼ନ ସୃଷ୍ଟି ହୋଇଛି। ଖଡ଼ିଆଳ ମହାରାଜା ତଥା ପତ୍ନତତ୍ତ୍ୱବିଦ ଜିତାମିତ୍ର ପ୍ରସାଦ ସିଂହ ଦେଓ ଏହାକୁ ସପ୍ତମ ଶତାବ୍ଦୀର ବିରଳ ସ୍ୱର୍ଣ୍ଣ ବିଗ୍ରହ ବୋଲି ମନ୍ତବ୍ୟ ଦେବା ସହ ମୂର୍ତ୍ତିଟି ୧୩୦୦ ବର୍ଷ ପୁରୁଣା ବୋଲି ଆକଳନ କରିଛନ୍ତି ।

ତେବେ ମୂର୍ତି ସମ୍ପର୍କରେ ଜିତାମିତ୍ରଙ୍କ ଆକଳନକୁ ନେଇ ଅନେକ ସନ୍ଦେହପ୍ରକଟ କରିଛନ୍ତି । ରାଜ୍ୟ ପ୍ରତ୍ନତତ୍ବ ବିଭାର ଜଣେ ଅଧିକାରୀ ଏହା ୧୩୦୦ ବର୍ଷ ପୁରାତନ ବୋଲି କରିଥିବା ଦାବିକୁ ଗ୍ରହଣ କରିପାରି ନାହାନ୍ତି । ସମ୍ପୃକ୍ତ ଅଧିକାରୀ ମୂର୍ତିର ପ୍ରାଚୀନତା ଆକଳନ ନିମନ୍ତେ ଅନୁଧ୍ୟାନ ଓ ଗବେଷଣା ଆବଶ୍ୟକ ବୋଲି ଉଲ୍ଲେଖ କରି କାର୍ବନ ଡ଼େଟିଂ ଯାଞ୍ଚ କଲେ ତାହା ସ୍ପଷ୍ଟ ହେବ ବୋଲି କହିଛନ୍ତି ।

- Advertisement -

ସୂଚନା ଅନୁଯାୟୀ ଏବେ ମଧ୍ୟ ପାହାଡ଼ର ପାଦ ଦେଶରେ ଘଞ୍ଚ ଜଙ୍ଗଲ ଭିତରେ ସ୍ଥାନୀୟ ଜନସାଧାରଣ ମୂର୍ତ୍ତିଟିକୁ ପୂଜା କରୁଛନ୍ତି। ଏସମ୍ପର୍କରେ ନୂଆପଡ଼ା ପୁଲିସ ଏସଡ଼ିପିଓ ପ୍ରଶାନ୍ତ ପଟ୍ଟନାୟକ କହିଛନ୍ତି ଯେ  ମାଟିତଳୁ ମୂର୍ତ୍ତି ମିଲିବା ସତ୍ୟ , ଲୋକେ ଏହାକୁ ସୁନାର ମୂର୍ତ୍ତି କହୁଥିବାରୁ ତହିଁର ସୁରକ୍ଷା ପାଇଁ ନୂଆପଡ଼ା ପୁଲିସ ପେଟ୍ରୋଲିଙ୍ଗ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।  ମୂର୍ତ୍ତିଟି ସହ ସ୍ଥାନୀୟ ଜନସାଧାରଣଙ୍କ ଭାବାବେଗ ଜଡ଼ିତ ରହିଛି। ମୂର୍ତ୍ତିର ସୁରକ୍ଷା ପାଇଁ ଉପରୁ ଯେଉଁ ପ୍ରକାର ନିର୍ଦ୍ଦେଶ ଆସିବ ସେ ଅନୁସାରେ କାର୍ଯ୍ୟ କରାଯିବ। ମୂର୍ତ୍ତିର ପ୍ରାଚୀନତା ସମ୍ପର୍କରେ ଷ୍ଟେଟ ଆର୍କିଓଲୋଜି ବିଭାଗ ଅଧିକାରୀଙ୍କ ଏପ୍ରକାର ମନ୍ତବ୍ୟ ପରେ ଆମେ ଖଡ଼ିଆଲ ମହାରାଜା ଜିତାମିତ୍ର ପ୍ରସାଦ ସିଂହ ଦେଓଙ୍କୁ ସମ୍ପର୍କ କରିବାକୁ ଚେଷ୍ଟା କରିଥିଲୁଁ ମାତ୍ର ତାହା ସମ୍ଭବ ହୋଇ ନଥିଲା।

ତେବେ ମୂର୍ତିର ସୁରକ୍ଷା ନେଇ ପୁଲିସ ଓ ପ୍ରଶାସନର ନିଷ୍କ୍ରିୟତାକୁ ବିଭିନ୍ନ ମହଲରେ ସମାଲୋଚନା କରାଯାଉଛି। ପଶ୍ଚିମ ଓଡ଼ିଶାରୁ ପୂର୍ବରୁ ବହୁ ବିରଳି ମୂର୍ତ୍ତି ଚୋରି ହୋଇ ସାରିଥିବା ସମୟରେ ଏ କ୍ଷେତ୍ରରେ ତହିଁର ପୁନରାବୃତ୍ତି ନ ହେବ ତାହା କୁହାଯାଇ ପାରିବ ନାହିଁ।  କିଛି ଦିନ ପରେ ଅସଲି ମୂର୍ତ୍ତି ସ୍ଥାନରେ ତହିଁର ଏକ ରିପ୍ଳିକା (ନକଲି ମୂର୍ତି) ବସାଇ ଅସଲ ମୂର୍ତ୍ତିଟିକୁ ଗାଏବ କରି ଦିଆଗଲେ ଏଥିରେ ଆଶ୍ଚର୍ଯ୍ୟ ହେବାର ହେବାର କିଛି ନାହିଁ । ସମ୍ପୃକ୍ତ ଅଞ୍ଚଳ ମାଓପ୍ରବଣ ଅଞ୍ଚଳ ଭାବରେ ଜଣାଶୁଣା ହୋଇଥିବାରୁ ଏ କ୍ଷେତ୍ରରେ ସରକାର ପଦକ୍ଷେପ ଗ୍ରହଣ କରିବାକୁ ଦାବି ହୋଇଛି ।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories