ଭୁବନେଶ୍ୱର : ଭାଙ୍ଗିଲା ସବୁ ରେକର୍ଡ । କିଛି ଦିନ ପୂର୍ବରୁ ୨୪ କ୍ୟାରେଟ୍ ସୁନା ଦାମ୍ ୧ ଲକ୍ଷ ଟଙ୍କା ଅତିକ୍ରମ କରିଥିବା ବେଳେ ସେପ୍ଟେମ୍ବର ୯ ଅର୍ଥାତ୍ ମଙ୍ଗଳବାର ୨୨ କ୍ୟାରେଟ୍ ସୁନା ଦାମ୍ ୧ ଲକ୍ଷ ଟଙ୍କା ଅତିକ୍ରମ କରିଛି ।
୨୪ କ୍ୟାରେଟ୍ ୧୦ ଗ୍ରାମ୍ ସୁନା ଦାମ୍ ୧,୧୦,୨୯୦ ଟଙ୍କାରେ ପହଞ୍ଚିଛି । ଗତକାଲି ୧,୦୮,୯୩୦ ଟଙ୍କା ଥିଲା । ଏଥିରେ ୧,୩୬୦ ଟଙ୍କା ବୃଦ୍ଧି ହୋଇଛି ।
୨୨ କ୍ୟାରେଟ୍ ୧୦ ଗ୍ରାମ୍ ସୁନା ଦାମ୍ ୧,୦୧,୧୦୦ ଟଙ୍କା ହୋଇଛି । ଗତକାଲି ୯୯,୮୫୦ ଟଙ୍କା ଥିଲା । ଏଥିରେ ୧,୨୫୦ ଟଙ୍କା ବୃଦ୍ଧି ହୋଇଛି ।
୧୮ କ୍ୟାରେଟ୍ ୧୦ ଗ୍ରାମ୍ ସୁନା ଦାମ୍ ୮୨,୭୨୦ ଟଙ୍କା ରହିଛି । ଗତକାଲି ୮୧,୭୦୦ ଟଙ୍କା ଥିଲା । ଏଥିରେ ୧,୦୨୦ ଟଙ୍କା ବୃଦ୍ଧି ହୋଇଛି ।
ଅଗଷ୍ଟ ୩୧ରୁ ସେପ୍ଟେମ୍ବର ୯ ମଧ୍ୟରେ ସୁନା ଦାମ୍ ୭ ଥର ବୃଦ୍ଧି ପାଇଥିବା ବେଳେ ଥରେ ହ୍ରାସ ଓ ୨ ଥର ସ୍ଥିର ରହିଛି ।
ରୁପା ଦାମ୍ରେ କୌଣସି ପରିବର୍ତ୍ତନ ହୋଇ ନାହିଁ । ୧୦୦ ଗ୍ରାମ୍ ରୁପା ଦାମ୍ ୧୪,୦୦୦ ଟଙ୍କା ରହିଛି । ଗତକାଲି ମଧ୍ୟ ୧୪,୦୦୦ ଟଙ୍କା ଥିଲା ।
୧୫ ସେପ୍ଟେମ୍ବରରେ ଦୁର୍ଲ୍ଲଭ ରାଜଯୋଗ; ଏହି ୪ ରାଶିଙ୍କ ଖୋଲିଯିବ ଭାଗ୍ୟ, ଖାଲି ହେବ ଧନର ବର୍ଷା



