www.samajalive.in
Friday, December 12, 2025
16.1 C
Bhubaneswar

ଦେଶ ଛାଡିବେ କି ନେପାଳ ପ୍ରଧାନମନ୍ତ୍ରୀ; ତିନି ମନ୍ତ୍ରୀଙ୍କ ଇସ୍ତଫା, ଆଜି ବି ଜଳୁଛି କାଠମାଣ୍ଡୁ

ସମାଜ ଡିଜିଟାଲ ଡେସ୍କ: ସୋସିଆଲ ମିଡ଼ିଆ ଉପରେ ପ୍ରତିବନ୍ଧକ ହଟିବା ପରେ ବି ନେପାଳରେ ହିଂସା ଥମିବାର ନା ନେଉନି । ଏହାରି ଭିତରେ ନେପାଳ ସରକାରଙ୍କ ୩ଜଣ ମନ୍ତ୍ରୀ ଇସ୍ତଫା ଦେଇସାରିଲେଣି । ତଥାପି ହିଂସା ଥମିନାହିଁ । ଆଜି ବି ରାଜଧାନୀ କାଠମାଣ୍ଡୁ ଜଳୁଛି । ନେପାଳ ସରକାର ଫେସବୁକ୍‍, ହ୍ୱାଟ୍ସଆପ୍‍, ଇନଷ୍ଟାଗ୍ରାମ ଭଳି ସୋସିଆଲ ମିଡ଼ିଆ ଆପ୍‍ ଉପରେ ରୋକ୍‍ ଲଗାଇବାରୁ ଏହାକୁ ବିରୋଧ କରି ପ୍ରତିବାଦ କରିଥିଲେ ଯୁବପୀଢି । ପ୍ରତିବାଦ ଏତେ ହିଂସାତ୍ମକ ହୋଇଗଲା ଯେ ପୁଲିସକୁ ଲୁହ ବୁହା ଗ୍ୟାସ୍‍ ସେଲ୍‍ ଫୁଟାଇବାକୁ ପଡିଥିଲା । ଆଜି ମଧ୍ୟ ବହୁ ସଂଖ୍ୟକ ପ୍ରଦର୍ଶନକାରୀ ରାସ୍ତାକୁ ଓହ୍ଲାଇ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ଇସ୍ଥଫା ଦାବି କରୁଛନ୍ତି ।

ଏହି ସମୟରେ ସୂଚନା ମିଳୁଛି ଯେ ନେପାଳର ପ୍ରଧାନମନ୍ତ୍ରୀ ଦେଶ ଛାଡି ଦୁବାଇ ଯାଇପାରନ୍ତି । କୁହାଯାଉଛି ଯେ ସେ ଚିକିତ୍ସା ବାହାନା କରି ଦୁବାଇ ଯିବାକୁ ଯୋଜନା କରୁଛନ୍ତି । କାରଣ ତାଙ୍କ ବିରୋଧରେ ବିକ୍ଷୋଭ ଏତେ ହିଂସାତ୍ମକ ହୋଇଗଲାଣି ଯେ ପୁଲିସ ନେତାମାନଙ୍କୁ ସୁରକ୍ଷା ଯୋଗାଇବାରେ ବିଫଳ ହେଲା ଭଳି ମନେ ହେଉଛି ।
ନେପାଳରେ ରହୁଥିବା ଭାରତୀୟ ନାଗରିକଙ୍କ ସମ୍ପର୍କରେ ଏକ ସତର୍କତା ଜାରି କରାଯାଇଛି । ନେପାଳ କର୍ତ୍ତୃପକ୍ଷଙ୍କ ଦ୍ୱାରା ଜାରି କରାଯାଇଥିବା ପଦକ୍ଷେପ ଏବଂ ନିର୍ଦ୍ଦେଶାବଳୀ ପାଳନ କରିବାକୁ ପରାମର୍ଶ ଦିଆଯାଇଛି ।

- Advertisement -

ସୋମବାର ଦିନ ସାରା ନେପାଳରେ ବିରୋଧ ହିଂସା ଚାଲିଥିଲା, କାଠମାଣ୍ଡୁ ରାଜରାସ୍ତାରେ ହଜାର ହଜାର ଯୁବଗୋଷ୍ଠୀ ବିରୋଧ ଓ ହିଂସା କରିଥିଲେ । ଏହାକୁ ନିୟନ୍ତ୍ରଣ କରିବାକୁ ବଳ ପ୍ରୟୋଗ କରିଥିଲା ପୁଲିସ । ରକ୍ତପାତ ହେବାରୁ ଏଥିରେ ୨୦ଜଣ ପ୍ରାଣ ହରାଇଥିବା ବେଳେ ଶତାଧିକ ଆହତ ହୋଇଛନ୍ତି । ଚାପ ସୃଷ୍ଟି ହେବାରୁ ଜରୁରୀ ବୈଠକ ଡାକି ସୋସିଆଲ ମିଡ଼ିଆ ଉପରେ ବ୍ୟାନ୍‍ ହଟାଇଥିଲେ । ଏହାସତ୍ୱେ ବିକ୍ଷୋଭକାରୀମାନେ ସଂସଦକୁ ଘେରି ବିଦ୍ରୋହ ଜାରି ରଖିଛନ୍ତି । ସେମାନେ ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ଦାବି କରୁଥିବାରୁ ଫଳରେ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଦେଶ ଛାଡି ପଳାଇବାକୁ ଯୋଜନା କରୁଥିବା ଚର୍ଚ୍ଚା ହେଉଛି ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories