କଟକ : ଟାଙ୍ଗୀ ଥାନା ଚଟିଲୋ ଗଡା ଛକ ନିକଟରେ ମଙ୍ଗଳବାର ଟ୍ରଲରକୁ ଧକ୍କା ଦେଇଛି ଆମ ବସ୍ । ୧୬ ନମ୍ବର ଜାତୀୟ ରାଜପଥରେ ଘଟିଥିବା ଏହି ଦୁର୍ଘଟଣାରେ ପ୍ରାୟ ୧୪ ଯାତ୍ରୀ ଆହତ ହୋଇଛନ୍ତି । ୧୨ ଜଣଙ୍କୁ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଅନ୍ୟ ୨ ଗୁରୁତରଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଖବର ପାଇ ଟାଙ୍ଗୀ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।
୧୫ ସେପ୍ଟେମ୍ବରରେ ଦୁର୍ଲ୍ଲଭ ରାଜଯୋଗ; ଏହି ୪ ରାଶିଙ୍କ ଖୋଲିଯିବ ଭାଗ୍ୟ, ଖାଲି ହେବ ଧନର ବର୍ଷା



