ବଢିଲା ସୁନା-ରୂପା ଦାମ୍, ୯୨ ହଜାର ଟପିଲା…

ନୂଆଦିଲ୍ଲୀ : ସୁନା ଓ ରୁପା ଆଜି ସର୍ବୋଚ୍ଚ ଦାମରେ ପହଞ୍ଚିଛି । ଇଣ୍ଡିଆ ବୁଲିୟନ୍ ଆଣ୍ଡ୍ ଜ୍ବେଲର୍ସ ଆସୋସିଏସନ ଅନୁସାରେ କାରବାର ସମୟରେ ୧୦ ଗ୍ରାମ ସୁନା ୮୩୯ ଟଙ୍କା ମହଙ୍ଗା ହୋଇ ୭୪,୨୨୨ ଟଙ୍କାରେ ପହଞ୍ଚିଛି । ସେହିଭଳି ରୂପା ମଧ୍ୟ ଅଲ୍ ଟାଇମ୍ ହାଇରେ ପହଞ୍ଚିଛି । ୬୦୭୧ ଟଙ୍କାର ବୃଦ୍ଧି ସହିତ ଏକ କିଲୋ ରୂପା ଦାମ୍ ୯୨,୪୪୪ ଟଙ୍କାରେ ପହଞ୍ଚିଛି । ୨୦ ମେରେ ରୂପା ଦାମ୍ ୮୬,୩୭୩ ଟଙ୍କା  ପ୍ରତି କିଲୋ ଥିଲା ।

ଆଜି ୯୯୫ ଶୁଦ୍ଧ ସୁନା ଦାମ୍ ୭୩,୯୨୫ ଟଙ୍କା ପ୍ରତି ୧୦ ଗ୍ରାମ ରହିଛି । ସେହିଭଳି ୯୧୬(୨୨ କ୍ୟାରେଟ୍) ଶୁଦ୍ଧ ସୁନା ଦାମ୍ ୬୭,୯୮୭ ଟଙ୍କା ପ୍ରତି ୧୦ ଗ୍ରାମ ରହିଛି । ୭୫୦(୧୮ କ୍ୟାରେଟ୍) ଶୁଦ୍ଧ ସୁନା ଦାମ୍ ୫୫୬୬୭ ଟଙ୍କା ଏବଂ ୧୪ କ୍ୟାରେଟ୍ ସୁନା ଦାମ୍ ୪୩୪୨୦ ଟଙ୍କା ପ୍ରତି ୧୦ ଗ୍ରାମ ରହିଛି ।

ଆଜି ଆତଙ୍କବାଦ ବିରୋଧୀ ଦିବସ

ସୁନା ଓ ରୂପା ଦାମ୍ ଆପଣ ମିସ୍ଡ କଲରେ ମଧ୍ୟ ଜାଣିପାରିବେ । ୨୨ କ୍ୟାରେଟ୍ ଏବଂ ୧୮ କ୍ୟାରେଟ୍ ସୁନା ଦାମ୍ ଜାଣିବା ପାଇଁ ଆପଣ ୮୯୫୫୬୬୪୪୩୩ରେ ମିସ୍ଡ କଲେ ଦେଇପାରିବେ । କିଛି ସମୟ ପରେ ଆପଣଙ୍କୁ ଏସଏମଏସ ଜରିଆରେ ଦାମର ସୂଚନା ମିଳିଯିବ ।

Comments are closed.