www.samajalive.in
Monday, December 15, 2025
17.1 C
Bhubaneswar

୧୭ କିଲୋ ସୁନା ସମୁଦ୍ରରେ ପିଙ୍ଗିଲେ ତସ୍କର

ମଦୁରାଇ  : ଶ୍ରୀଲଙ୍କାରୁ ଚୋରା ଚାଲାଣ ହେଉଥିବା ପ୍ରାୟ ୧୭ କିଲୋ ଓଜନର ସୁନାକୁ ଚୋରାଚାଲାଣକାରୀ (ତସ୍କର) ସମୁଦ୍ରରେ ପିଙ୍ଗି​‌ ଦେଇଛନ୍ତି। ମିଳିଥିବା ସୂଚନାନୁଯାୟୀ ଏକ ଯନ୍ତ୍ରଚାଳିତ ନୌକାରେ ଶ୍ରୀଲଙ୍କାରୁ ବିପୁଳ ପରିମାଣ ସୁନା ତାମିଲନାଡୁର ମଣ୍ଡାପମ୍‌କୁ ଆସୁଥିବା ନେଇ ରାଜସ୍ବ ଗୁଇନ୍ଦା ବିଭାଗକୁ ଖବର ମଳିଥିଲା। ଖବର ମିଳିବା ପରେ ଗୁଇନ୍ଦା ବିଭାଗ ତରଫରୁ ଏ ସମ୍ପର୍କରେ ତଟରକ୍ଷୀ ବାହିନୀକୁ ଜଣାଇ ଦିଆଯାଇଥିଲା। ବୁଧବାର ବିଳମ୍ବିତ ରାତିରେ ଶ୍ରୀଲଙ୍କାରୁ ଆସୁଥିବା ଏକ ନୌକାକୁ ତଟରକ୍ଷୀ ବାହିନୀ ପିଛା କରିଥିଲା। ମଣ୍ଡାପମ୍‌ ନିକଟରେ ତଟରକ୍ଷୀ ବାହିନୀ ନୌକାକୁ ଅଟକାଇ ଯାଞ୍ଚ କରିଥିଲେ ମଧ୍ୟ ସେଥିରୁ ସୁନା ମିଳିନଥିଲା। ଚୋରାଚାଲାଣକାରୀମାନେ ସୁନା ସବୁକୁ ସମୁଦ୍ରକୁ ପିଙ୍ଗି ଦେଇଥିବା ନେଇ ରାଜସ୍ବ ଗୁଇନ୍ଦା ଓ ତଟରକ୍ଷୀ ବାହିନୀ ତରଫରୁ ଆଶଙ୍କା କରାଯାଇଥିଲା। ଫଳରେ ବୁଡାଳିଙ୍କ ସାହାଯ୍ୟରେ ସମୁଦ୍ରରେ ତଲାସି କରାଯାଇଥିଲା।
ତଲାସି ସମୟରେ ସମୁଦ୍ରରୁ ୧୭.୭୪ କେଜିର ସୁନା ଜବତ କରାଯାଇଥିଲା। ଏହାର ମୂଲ୍ୟ ପ୍ରାୟ ୧୦.୫ କୋଟି ଟଙ୍କା। ଏଥିରେ ସୁନା ବିସ୍କୁଟ, ଚେନ୍‌ ଆଦି ରହିଛି। ଏହି ମାମଲାରେ ୩ଜଣଙ୍କୁ ଗିରଫ କରାଯାଇ ପୁଲିସକୁ ହସ୍ତାନ୍ତର କରାଯାଇଛି। ପୂର୍ବରୁ ଉପସାଗରୀୟ ରାଷ୍ଟ୍ରରୁ ଭାରତକୁ ସୁନା ଚାଲାଣ ହେଉଥିବାବେଳେ ଏବେ ଶ୍ରୀଲଙ୍କା ଦେଇ ଭାରତକୁ ସୁନା ଚୋରା ଚାଲାଣ ହେବାରେ ଲାଗିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories