www.samajalive.in
Monday, December 15, 2025
17.1 C
Bhubaneswar

୫୦ କୋଟି ଅତିକ୍ରମ କଲା ଅକ୍ଷୟଙ୍କ ‘ଗୋଲ୍ଡ’

ନୂଆଦିଲ୍ଲୀ : ଅଗଷ୍ଟ ମାସ ୧୫ତାରିଖ ସ୍ୱାଧୀନତା ଦିବସ ଅବସରରେ ମୁକ୍ତିଲାଭ କରିଥିଲା ଅକ୍ଷୟଙ୍କ ଅଭିନୀତ ଚଳଚ୍ଚିତ୍ର ‘ଗୋଲ୍ଡ’। ଖିଲାଡି ଅକ୍ଷୟ କୁମାରଙ୍କର ଚଳଚ୍ଚିତ୍ର ଗୋଲ୍ଡ ବକ୍ସଅଫିସରେ ୫୦ କୋଟି ଟଙ୍କାର ବ୍ୟବସାୟ କରିଛି। ଚଳଚ୍ଚିତ୍ରଟି ଶନିବାର ଚତୁର୍ଥ ଦିନ ସୁଦ୍ଧା ସମୁଦାୟ ୫୫.୨୫କୋଟି ଟଙ୍କାର ବ୍ୟବସାୟ କରିଥିଲା। ଚତୁର୍ଥ ଦିନରେ ୧୨ କୋଟି ଟଙ୍କାର ବ୍ୟବସାୟ କରିଥିଲା। ଏହି ସିନେମା ୩୦୦୦ରୁ ଅଧିକ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା।

ସତ୍ୟଘଟଣା ଉପରେ ଆଧାରିତ ହୋଇଛି ଏହି ଚଳଚ୍ଚିତ୍ର। ଚଳଚ୍ଚିତ୍ରରେ ନିର୍ଦେଶନା ଭାର ସମ୍ଭାଳିଛନ୍ତି ‘ରିମା କଗତି’। ଏଥିରେ ଅକ୍ଷୟଙ୍କ ସହିତ ମୌନି ରୟ, କୁନାଲ କପୁର, ଅମିତ ଶାନ୍‍, ବିନୀତ କୁମାର ସିଂ, ଜତିନ ଶରଣ, ନିକିତା ଦତ୍ତ, ଶନି କୌସଲଙ୍କ ଭଳି କଳାକାର ଅଭିନୟ କରିଛନ୍ତି। ପୂର୍ବରୁ ପ୍ରଥମ ଦିନରେ ୨୫.୨୫କୋଟି, ଦ୍ୱିତୀୟ ଦିନରେ ୧୨କୋଟି, ତୃତୀୟ ଦିନରେ ୧୦କୋଟି ଟଙ୍କାର ବ୍ୟବସାୟ କରିଥିଲା। ଆଗକୁ ମଧ୍ୟ ‘ଗୋଲ୍ଡ’ ଭଲ ବ୍ୟବସାୟ କରିବ ବୋଲି ଚଳଚ୍ଚିତ୍ର ସମୀକ୍ଷକ ମାନେ ମତ ଦେଇଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories