ରାଳବରୁ ନକଲି ଇଞ୍ଜିନ ଅଏଲ କାରଖାନା ଠାବ, ୨ ଅଟକ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ରାଳବ ରୋଡ଼ ଠାରେ ନକଲି ଇଞ୍ଜିନ ଅଏଲ ତିଆରି କାରଖାନା ଉପରେ ଆଜି ପୁଲିସ ପକ୍ଷରୁ ଚଢ଼ାଉ କରାଯାଇ ବିପୁଳ ପରିମାଣ ନକଲି ଇଞ୍ଜିନ ଅଏଲ ଜବତ କରିବା ସହ ୨ ଜଣଙ୍କୁ ଅଟକ ରଖିଛି। ଅଟକ ରହିଥିବା ଯୁବକ ୨ ଜଣ ରାଳବର ବିଭୂତି ଭୂଷଣ ଶତପଥୀ ଓ ଏ .ନବୀନ ବୋଲି ପୁଲିସ ସୂଚନା ଦେଇଛି। ଏକ ବିଶ୍ବସ୍ତ ସୂତ୍ରରୁ ସୂଚନା ପାଇ ଆଜି ଗୋଳନ୍ଥରା ଥାନା ଅଧିକାରୀ ଭାବେ ଦାୟିତ୍ବରେ ଥିବା ଟ୍ରେନି ଆଇପିଏସ ଅଙ୍କିତ୍ କୁମାର ବର୍ମାଙ୍କ ପକ୍ଷରୁ ରାଳବର ଏକ ଘର ଉପରେ ଚଢ଼ାଉ କରାଯାଇ ଥିଲା। ତଦନ୍ତ ସମୟରେ ଉକ୍ତ ଘରେ ଏକ ନାମୀ ଦାମୀ କମ୍ପାନୀର ନକଲି ଇଞ୍ଜିନ ଅଏଲ ତିଆରି କରି ଆନ୍ଧ୍ର ଅଞ୍ଚଳକୁ ଚାଲାଣ କରୁଥିବା ଜଣାପଡ଼ିଥିଲା। ଏହା ମଧ୍ୟରେ ପୁଲିସ ଘଟଣା ସ୍ଥଳରୁ ବିଭିନ୍ନ ପ୍ରକାରର ବ୍ରାଣ୍ଡର କମ୍ପାନୀ ଲେବୁଲ, ପାଉଡର, ଏସେନ୍ସ, ପ୍ଲାଷ୍ଟିକ ବେରେଲ, ପ୍ଲାଷ୍ଟିକ ଜାର, ପ୍ୟାକିଂ ସାମଗ୍ରୀ, ୨୧୦ଲିଟର ଅଏଲ୍, ମାପ ଓଜନ ମେସିନ୍ ଜବତ କରିବା ସହ ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୁଲିସ। ଏହି ଲେବୁଲ୍ ଗୁଡ଼ିକ ଦିଲ୍ଲୀରୁ ପ୍ରିଣ୍ଟ କରି ଅଣାଯାଉଥିବା ଜଣାପଡିଛି । ଦୀର୍ଘ ଏକବର୍ଷ ହେଲା ଅଟକ ରହିଥିବା ବ୍ୟକ୍ତି ମାନେ ବ୍ୟବସାୟ କରୁଥିବା ତଦନ୍ତ ବେଳେ ପୁଲିସ ଆଗରେ ସ୍ବୀକାର କରିଥିବା ଜଣାପଡିଛି।

prayash

ଏହି ଚଢ଼ାଉରେ ଆଇପିଏସ୍ ଅଙ୍କିତ କୁମାର ବର୍ମାଙ୍କ ସମେତ ସଦର ଏସଡି ପିଓ ଶିବଶଙ୍କର ମହାପାତ୍ର ଗୋଳନ୍ଥରା ଥାନା ଇନ୍ସପେକ୍ଟର ବିବେକାନନ୍ଦ ମହନ୍ତ ସାମିଲ ହୋଇଥିଲେ। ବଡ଼ବଜାର ଥାନା ସୁକୁଣ୍ଡା ଅଞ୍ଚଳରେ ମଧ୍ୟ ପୋଲିସ ପକ୍ଷରୁ ଚଢ଼ାଉ କରାଯାଇ ବ୍ୟାପକ ନକଲି ସାମଗ୍ରୀ ଜବତ କରିବା ସହ୨ଇ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିବା ଜଣାପଡ଼ିଛି।

Comments are closed.