ନୂଆପଡା: କୁମନା ବ୍ଲକ କୁରୁମପୁରୀ ଦଲଦଲୀ ଗ୍ରାମର ଏକ ନିର୍ମାଣଧିନ ଆଶ୍ରମ ନିକଟ ପୋଖରୀ କଡରୁ ଏକ ଶିଶୁ କନ୍ୟା ଉଦ୍ଧାର ହୋଇଛି। ଶିଶୁଟି ଦୁଇ ଦିନ ତଳେ ଜନ୍ମ ହୋଇଥିବାର ଅନୁମାନ କରାଯାଉଛି। ଗୁରୁବାର ସକାଳେ କିଛି ଲୋକେ ରାସ୍ତାରେ ଯାଉଥିବା ସମୟରେ ଶିଶୁଟିର କାନ୍ଦ ଶୁଣିବାକୁ ପାଇଥିଲେ। ଶିଶୁଟିକୁ ଉଦ୍ଧାର କରାଯାଇ ଜିଲା ମୁଖ୍ୟ ଚିକିସ୍ଛାଳୟରେ ଭର୍ତ୍ତି କରାଯାଇଥଲା। ଶିଶୁଟି ବର୍ତ୍ତମାନ ସୁସ୍ଥ ଥିବା ଜଣା ପଡିଛି। ଶିଶୁଟିକୁ ଶିଶୁ ମଙ୍ଗଳ କମିଟିକୁ ହସ୍ତାନ୍ତର କରାଯିବ ବୋଲି ଲଖନା ଆଇଆଇସି କହିଛନ୍ତି।
Popular Categories



