ଗୋପବନ୍ଧୁ ଚିକିତ୍ସାଳୟ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟସେବା ଶିବିର

ଗୁରୁଡିଝାଟିଆ : ‘ସମାଜ’ ଓ ଲୋକସେବକ ମଣ୍ଡଳ ଦ୍ୱାରା ମାଧବପୁରଠାରେ ପ୍ରତିଷ୍ଠିତ ଗୋପବନ୍ଧୁ ଚିକିତ୍ସାଳୟ ପକ୍ଷରୁ ଯୋରନ୍ଦା ପଞ୍ଚାୟତ ବାତ୍ୟା ଆଶ୍ରୟସ୍ଥଳ ପରିସରରେ ମାଗଣା ସ୍ୱାସ୍ଥ୍ୟସେବା ଶିବିର ଅନୁଷ୍ଠିତ ହୋଇଛି । ପ୍ରତିଷ୍ଠାନର ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ପଦ୍ମଚରଣ ଦାଶଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି ସ୍ୱାସ୍ଥ୍ୟସେବା ଶିବିରରେ ରୋଗୀମାନଙ୍କ ସ୍ୱାସ୍ଥ୍ୟପରୀକ୍ଷା କରି ମାଗଣା ଔଷଧ ବଣ୍ଟନ କରାଯାଇଥିଲା । ଡାକ୍ତର ବିକ୍ରମ ଦାସ, ବିଆରବିଏସ ଆସେସମେଣ୍ଟ ଟିମର ଡାକ୍ତର ରବିନ୍ଦ୍ର କୁମାର ବେହେରା, ଡାକ୍ତର ରାଜଦର୍ଶିନୀ ପାତ୍ର, ଗୋପବନ୍ଧୁ ଚିକିତ୍ସାଳୟ ପ୍ରକଳ୍ପ ପ୍ରବନ୍ଧକ ଭବାନୀ ପ୍ରସାଦ ମିଶ୍ର୍ର, ସେବିକା ମିତାରାଣୀ ଲେଙ୍କା, ବନଲତା ଦାସ, ମାମାଲି ନାୟକ ଓ ଫାର୍ମାସିଷ୍ଟ ଫିରୋଜ ଖାଁ ପ୍ରମୁଖ ଉପସ୍ଥିତ ରହି ଶିବିରରେ ଚିକିତ୍ସାସେବା ଯୋଗାଇଦେବା ସହ ସହଯୋଗ କରିଥିଲେ।

kalyan agarbati

Comments are closed.