www.samajalive.in
Saturday, December 6, 2025
14.1 C
Bhubaneswar

ଅଟା ଚକଟାରେ ଏସବୁ ମିଶାଇଲେ ରହିବନି ଧନର ଅଭାବ

ଧର୍ମ ଶାସ୍ତ୍ରରେ କେତେକ କାର୍ଯ୍ୟ କରିବା ପାଇଁ କିଛି ନିୟମ ରହିଛି। ସେହି ନିୟମର ପାଳନ କରି କାମ କରିବା ଦ୍ୱାରା ଏହାର ଫଳ ସଠିକ୍‌‌ ଭାବେ ମିଳି ପାରିଥାଏ। ସେହିପରି ଭୋଜନ ପ୍ରସ୍ତୁତ କରିବା ପାଇଁ କିଛି ନିୟମ ଉଲ୍ଳେଖ ରହିଛି। ଏହାର ପାଳନ କରିବା ଦ୍ୱାରା ମା’ଲକ୍ଷ୍ମୀ ପ୍ରସନ୍ନ ହେବା ସହ ଧନସମ୍ପତ୍ତି ବୃଦ୍ଧି ହୋଇଥାଏ। ଆର୍ଥିକ କ୍ଷେତ୍ରରେ ଥିବା ଅଭାବ ଦୂର ହୋଇଥାଏ। ଅଟା ଚକଟିବାକୁ ନେଇ ଅନେକ ନିୟମ ଥିବା ସହ ଏଭଳି କେତେକ ଜିନିଷ ରହିଛି ଯାହାକୁ ଅଟାରେ ମିଶାଇ ଚକଟିବା ଦ୍ୱାରା ଆର୍ଥିକ କ୍ଷେତ୍ରରେ ଖୁବ ଉନ୍ନତି ହୋଇଥାଏ। ଜାଣନ୍ତୁ..
ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ,ଅଟା ଚକଟିବା ସମୟରେ ଏଥିରେ ଲୁଣ ସହ ଏହି ଜିନିଷ ମିଶାଇବା ଦ୍ୱାରା ମା’ଲକ୍ଷ୍ମୀ ବେଶ ପ୍ରସନ୍ନ ହୋଇଥାଆନ୍ତି। ଗୃହରେ ଧନସମ୍ପତ୍ତି ବୃଦ୍ଧି ହୋଇଥାଏ। ରୁଟି ପ୍ରସ୍ତୁତ କରିବା ପୂର୍ବରୁ ଅଟା ଚକଟିବା ସମୟରେ ଏଥିରେ ଅଳ୍ପ ଘିଅ ଓ ଚିନି ମିଶାଇ ଦିଅନ୍ତୁ। ଘିଅ ଓ ଚିନି ଶୁକ୍ର ଗ୍ରହ ସହ ଜଡିତ। ଶୁକ୍ରଗ୍ରହ ଧନ, ବିଳାସ, ବୈଭବ, ଐଶ୍ୱର୍ଯ୍ୟ ପ୍ରଦାନ କରିଥାଆନ୍ତି। ଚକଟା ଅଟାରେ ଘିଅ ଓ ଚିନି ମିଶାଇ ରୁଟି ପ୍ରସ୍ତୁତ କରିବା ଦ୍ୱାରା ଶୁକ୍ରଗ୍ରହ ମଜଭୂତ ହୋଇଥାଆନ୍ତି। ମା’ଲକ୍ଷ୍ମୀ ପ୍ରସନ୍ନ ହୋଇଥାଆନ୍ତି। ଘରେ ଧନସମ୍ପତ୍ତି,ସୁଖ ବୃଦ୍ଧି ହୋଇଥାଏ।
ଭୋଜନ ପ୍ରସ୍ତୁତି କରିବା ସମୟରେ ଆଉ କିଛି ସ୍ୱତନ୍ତ୍ର ନିୟମ ପ୍ରତି ମଧ୍ୟ ଧ୍ୟାନ ଦିଅନ୍ତୁ।
ଭୋଜନ ପ୍ରସ୍ତୁତି କରିବା ସମୟରେ କଦାପି କ୍ରୋଧ କରନ୍ତୁ ନାହିଁ। କ୍ରୋଧରେ ପ୍ରସ୍ତୁତ ଭୋଜନ ସେବନ କରିବା ଦ୍ୱାରା ଶରୀର ଉପରେ କୁପ୍ରଭାବ ପଡିଥାଏ।
ରୋଷେଇ ଘରକୁ କଦାପି ଅପରିଷ୍କାର ରଖନ୍ତୁ ନାହିଁ। ଜୋତା ଚପଲ ପିନ୍ଧି ରୋଷେଇ ଘରକୁ ଯାଆନ୍ତୁ ନାହିଁ। ଏପରି କରିବା ଦ୍ୱାରା ମା’ଲକ୍ଷ୍ମୀ ଅସନ୍ତୁଷ୍ଟ ହେବା ସହ ଆର୍ଥିକ ସମସ୍ୟା ଲାଗି ରହିଥାଏ।
କାହାରିକୁ ମଧ୍ୟ ଅଇଁଠା ଖାଦ୍ୟ ଦିଅନ୍ତୁ ନାହିଁ।
ଅଟା ଚକଟିବା ସମୟରେ ମା’ଲକ୍ଷ୍ମୀଙ୍କୁ ସ୍ମରଣ କରିବା ସହ ପ୍ରାର୍ଥନା କରନ୍ତୁ। ଏହାଦ୍ୱାରା ସୁଖସମୃଦ୍ଧି, ଧନସମ୍ପତ୍ତି ବୃଦ୍ଧି ହୋଇଥାଏ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories