www.samajalive.in
Saturday, December 6, 2025
15.1 C
Bhubaneswar

ସର୍ପାଘାତରେ ଯୁବକ ଗୁରୁତର

କଲମପୁର :କଲମପୁର ବ୍ଲକ ଅନ୍ତର୍ଗତ ବଲାଗାଁର ଏକ ଚାଷ ଜମିରେ କାମ କଲାବେଳେ ନାଗ ସାପ ଦଂଶନର ଶିକାର ହୋଇଛନ୍ତି ଜନୈକ ଯୁବକ। ତାଙ୍କୁ ଗୁରୁତର ଅବସ୍ଥାରେ ପରିବାର ଲୋକ ଉଦ୍ଧାର କରି ଚିକିତ୍ସା ପାଇଁ କଲମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି।
ସୂଚନା ଅନୁସାରେ ବଲାଗାଁ ଭିର୍କାପଡାର ନିର୍ମଳ ଵାଗ ନାମକ ଯୁବକ ଏକ ଚାଷ ଜମିରେ ହୁଡା ସଫା କରୁଥିଲେ। ଏହି ସମୟରେ ହଠାତ୍ ଏକ ନାଗ ସାପ ଆସି ନିର୍ମଳଙ୍କ ପାଦର ବୁଢା ଆଙ୍ଗୁଠିରେ ଦଂଶନ କରିଥିଲା। ଏନେଇ ପରିବାର ଲୋକ ସୂଚନା ପାଇ ଘଟଣା ସ୍ଥଳକୁ ପହଞ୍ଚି ଗୁରୁତର ଅବସ୍ଥାରେ ଉଦ୍ଧାର କରି ତୁରନ୍ତ କଲମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି। ବର୍ତମାନ ନିର୍ମଳର ରକ୍ତ ନମୁନା ସଂଗ୍ରହ କରାଯିବା ସହ ଚିକିତ୍ସା ଆରମ୍ଭ କରାଯାଇଛି। ସୂଚନାଯୋଗ୍ୟ ଯେ କଲମପୁର ଅଞ୍ଚଳରେ ରୀତିମତ ବିଭିନ୍ନ ବିଷାକ୍ତ ସାପର ପ୍ରାଦୁର୍ଭାବ ଦେଖା ଦେଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories