www.samajalive.in
Saturday, December 6, 2025
16.1 C
Bhubaneswar

ମହାନଦୀ ବନ୍ୟାଜଳରେ ଭାସିଯାଇଥିବା ବ୍ୟକ୍ତି ଉଦ୍ଧାର

ବଡ଼ମ୍ବା : ସ୍ଥାନୀୟ ଅଗ୍ନିଶମ ବାହିନୀଙ୍କ ଦ୍ଵାରା ବନ୍ୟାରେ ନିଖୋଜ ଥିବା ଜଣେ ବ୍ୟକ୍ତିଙ୍କୁ ମହାନଦୀରୁ ଗୁରୁବାର ଉଦ୍ଧାର କରାଯାଇଛି। ବନ୍ୟାଜଳରେ ଭାସିଯାଇଥିବା ଶଙ୍ଖାମେରୀ ଗ୍ରାମର ଅମିନ ନାୟକ(୪୫)ଙ୍କୁ ନିଖୋଜ ହେବାର ପ୍ରାୟ ୧୬ ଘଣ୍ଟା ପରେ ଉଦ୍ଧାର କରାଯାଇଛି। ବନ୍ୟାଜଳରେ ଭାସିଯାଇ ଭାଗ୍ୟକୁ ଏକ ଗଛ ଉପରେ ରହିଯାଇଥିବା ବେଳେ ଆଗ୍ନିକମାନେ ତାଙ୍କୁ ଠାବ କରି ସୁରକ୍ଷିତ ଉଦ୍ଧାର କରିଛନ୍ତି। ବଡ଼ମ୍ବା ବିଡିଓ ରମେଶ କୁମାର ଜେନା, ତହସିଲଦାର ନୀଳକଣ୍ଠ ବେହେରା, ଅଗ୍ନିଶମ କେନ୍ଦ୍ର ଅଧିକାରୀ ନବଘନ ମଲ୍ଲିକ ପ୍ରମୁଖ ଘଟଣା ସ୍ଥଳରେ ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟକୁ ତ୍ବରାନିତ କରିଥିଲେ।

ସୂଚନା ଥାଉକି, ବୁଧବାର ମେଣ୍ଢାପଲ ସହିତ ଶଙ୍ଖାମେରୀ ଗ୍ରାମର ୩ ଜଣ ବ୍ୟକ୍ତି ମହାନଦୀର ଏକ ଟାପୁରେ ଫସି ରହିଥିଲେ। ନଦୀରେ ବନ୍ୟାଜଳ ବୃଦ୍ଧି ପାଇବା ଏବଂ ସନ୍ଧ୍ୟା ସୁଦ୍ଧା ଏହି ବ୍ୟକ୍ତିମାନେ ମେଣ୍ଢାଙ୍କ ସହିତ ଘରକୁ ନ ଫେରିବାରୁ ଗ୍ରାମବାସୀ ସମ୍ଭାବ୍ୟ ବିପଦ ଆଶଙ୍କା କରି ତୁରନ୍ତ ଏନେଇ ପ୍ରଶାସନକୁ ଜଣାଇଥିଲେ। ତେବେ ରାତି ସୁଦ୍ଧା ୨ଜଣ ବ୍ୟକ୍ତି ଏବଂ ୩୦ଟି ମେଣ୍ଢାକୁ ବଡ଼ମ୍ବା ଏବଂ କଳାପଥର ଅଗ୍ନିଶମ କେନ୍ଦ୍ରର ଆଗ୍ନିକମାନେ ଉଦ୍ଧାର କରିବାକୁ ସକ୍ଷମ ହୋଇଥିଲେ। ଏହି ଘଟଣାରେ ଅନ୍ୟ ଜଣେ ନିଖୋଜଙ୍କୁ ଗୁରୁବାର ଉଦ୍ଧାର କରାଯାଇ ଆଶୁ ଚିକିତ୍ସା ଲାଗି ବଡ଼ମ୍ବା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲଥିବା ଡାକ୍ତରଙ୍କ ସୂତ୍ରରୁ ପ୍ରକାଶ। ଖବରପାଇ ସ୍ଥାନୀୟ ବିଧାୟକ ଦେବୀପ୍ରସାଦ ମିଶ୍ର ଅନ୍ୟ ନେତୃବର୍ଗଙ୍କ ସହିତ ବଡମ୍ବା ଡାକ୍ତରଖାନାରେ ପହଞ୍ଚି ପୀଡ଼ିତଙ୍କୁ ସାକ୍ଷାତ କରି ତାଙ୍କ ଚିକିତ୍ସା ସମ୍ପର୍କରେ ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ବିଶ୍ୱନାଥ ଆଧେକଙ୍କ ସହିତ ଆଲୋଚନା କରିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories