ଏସ୍ଆର୍ସିଙ୍କ ନିର୍ଦେଶ : ବନ୍ୟା ସ୍ଥିତି ଉପରେ ନଜର ରଖିବେ ୮ ବରିଷ୍ଠ ଯନ୍ତ୍ରୀ
ଭୁବନେଶ୍ବର : ବନ୍ୟାସ୍ଥିତି ଉପରେ ନଜର ରଖିବାକୁ ୮ ବରିଷ୍ଠ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏସ୍ଆର୍ସି। ମହାନଦୀରେ ବନ୍ୟାକୁ ଦେଖି ଜଳସମ୍ପଦ ବିଭାଗର ୮ ଯନ୍ତ୍ରୀଙ୍କୁ ଦାୟିତ୍ୱ ଦିଆଯାଇଛି ବୋଲି ସୂଚନା ମିଳିଛି। ସୂଚନା ଅନୁସାରେ, ଚିନ୍ମୟ ରଞ୍ଜନ ରାଉତଙ୍କୁ ପୁରୀ, ଆର୍ତ୍ତତ୍ରାଣ ସାହୁଙ୍କୁ କେନ୍ଦ୍ରାପଡ଼ା, ବିଘ୍ନରାଜ ପୁରୋହିତ ଖୋର୍ଦ୍ଧା ଜିଲାରେ ବନ୍ୟାସ୍ଥିତି ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ପ୍ରତୀକ ଦୀକ୍ଷିତ କଟକ ମହାନଦୀ ବ୍ୟାରେଜ, ଶକ୍ତି ପ୍ରସାଦ ଦାଶ ନୃତ୍ତାଙ୍ଗ ଅଞ୍ଚଳ, ହିମାଂଶୁ କୁମାର ଜେନା ପୁରୀ ଜିଲା ବଳଙ୍ଗା ଅଞ୍ଚଳ ବନ୍ୟାସ୍ଥିତି ଉପରେ ନଜର ରଖିବାକୁ ନିର୍ଦେଶ ଦିଆଯାଇଥିବା ଜଣାପଡ଼ିଛି।
Comments are closed.