www.samajalive.in
Sunday, December 14, 2025
19.1 C
Bhubaneswar

କେନ୍ଦୁଝରରେ ଦୁର୍ଘଟଣା ଘଟି ୮ ଜଣଙ୍କ ମୃତ୍ୟୁ ଘଟଣା- ଏନ୍‌ଏଚ୍‌ଏଆଇ ନାମରେ ମାମଲା ରୁଜୁକଲା ଘଟଗାଁ ପୁଲିସ୍‌

ଭୁବନେଶ୍ୱର/କେନ୍ଦୁଝରଗଡ: କେନ୍ଦୁଝରରେ ଦୁର୍ଘଟଣା ଘଟି ୮ ଜଣଙ୍କ ମୃତ୍ୟୁ ଘଟଣା, ଏନ୍‌ଏଚ୍‌ଏଆଇ ନାମରେ ମାମଲା ରୁଜୁକଲା ଘଟଗାଁ ପୁଲିସ୍‌ । ଏନ୍‌ଏଚ୍‌ କାମ ଚାଲିଥିବା ବେଳେ ସଡକ ସୁରକ୍ଷା ନେଇ ଏନ୍‌ଏଚ୍‌ଏଆଇ ପକ୍ଷରୁ ପାଟ୍ରୋଲିଂ କି ଅନ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନଥିଲା । ଏନ୍‌ଏଚ୍‌ଏଆଇ ଅଧିକାରୀଙ୍କ ବେପାରୁଆ ମନୋଭାବ ଯୋଗୁଁ ୮ଟି ଅମୂଲ୍ୟ ଜୀବନ ଚାଲିଯାଇଛି । ରାଜ୍ୟ ସାରା ବିଭିନ୍ନ ସ୍ଥାନରେ ରାସ୍ତା କାମ ଚାଲିଥିବା ବେଳେ ଏଠାରେ ସଡକ ସୁରକ୍ଷା ପାଇଁ ସେମିତି କିଛି ଆଖି ଦୃଶିଆ ପଦକ୍ଷେପ ଗ୍ରହଣ କରାଯାଇ ନାହିଁ । କେତକ ସ୍ଥାନରେ ଏନ୍‌ଏଚ୍‌ଏଆଇ କେବଳ ଫଳକ ଲଗାଇ ନିଜ ଦାୟିତ୍ୱ ସାରି ଦେଇଛି ।

ସୂଚନା ଯୋଗ୍ୟ ଟାଟା ୱିଙ୍ଗର ଯୋଗେ ଗଞ୍ଜାମ ଜିଲା ପାଟପୁର ଥାନା ପୁଡାମାରୀ ବତାଗଡରୁ ମା’ ତାରିଣୀଙ୍କ ଦର୍ଶନ ନିମନ୍ତେ କେନ୍ଦୁଝର ଜିଲା ଘଟଗାଁ ଅଭିମୁଖେ ଗୁରୁବାର ରାତିରୁ ବାହାରିଥିବା ଦର୍ଶନାର୍ଥୀ ଘଟଗାଁ ପହଞ୍ଚିବା ପୂର୍ବରୁ ଦୁର୍ଘଟଣାର ସମ୍ମୁଖୀନ ହୋଇ ୮ଜଣଙ୍କ ଶୋଚନୀୟ ମୃତ୍ୟୁ ଘଟିଥିବା ବେଳେ ୧୨ଜଣ ଗୁରୁତର ଆହତ ହୋଇଥିଲେ । ଘଟଗାଁ ପହଞ୍ଚିବାକୁ ଆଉ ମାତ୍ର ଅଳ୍ପ ରାସ୍ତା ବାକିଥିବା ବେଳେ ୨୦ନଂ ଜାତୀୟ ରାଜପଥ ବାଲିଯୋଡି ନିକଟରେ ରାସ୍ତା ପାଶ୍ୱର୍ରେ ଅଟକି ରହିଥିବା ଏକ ଟ୍ରକ ପଛପଟେ ତାରିଣୀ ଦର୍ଶନାର୍ଥୀଙ୍କୁ ନେଇ ଆସୁଥିବା ୱିଙ୍ଗର ଯାନ ଭୋର ପ୍ରାୟ ସାଢ଼େ ୩ରୁ ୪ଟା ମଧ୍ୟରେ ଧକ୍କା ଦେବାକୁ ଘଣାସ୍ଥଳରେ ୭ଜଣଙ୍କ ପ୍ରାଣହାନୀ ଘଟିଥିବା ବେଳେ ଚିକିତ୍ସାଳୟରେ ଜଣଙ୍କର ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ଘଟାଇ ଚାଳକ ଫେରାର ଥିବାବେଳେ ଗୁରୁତର ଆହତ ୧୧ଜଣଙ୍କୁ ପ୍ରଥମେ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

- Advertisement -

ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ଆହତ ରଞ୍ଜିତା ଗୌଡ, ମାମା ଗୌଡ, କ୍ରୀଷ୍ଣା ଗୌଡ, ସନ୍ତୋଷିନୀ ଗୌଡ, ହରିଓମ୍‍ ଗୌଡ, କୁନା ଗୌଡ, ଝୁମୁରି ଗୌଡ, ସ୍ୱରାଜ ଗୌଡ, ଶାଳିନୀ ଗୌଡ, ବାସନ୍ତୀ ଗୌଡ ଓ ଚିନ୍ମୟ ଗୌଡଙ୍କୁ ପରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଜଣେ ଘଟଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଥିବା ଜଣାପଡିଛି। ସେହିଭଳି ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକମାନେ ହେଲେ ମିତା ପ୍ରଧାନ, ଆକାଶ ପ୍ରଧାନ, ବାବୁଲା ଗୌଡ, ମଦନ ଗୌଡ, ବାୟାଧନ ଗୌଡ, ପଦ୍ମୀନି ଗୌଡ, ଲିଳା ଗୌଡ ଓ ରୁଦ୍ର ଗୌଡ ବୋଲି ଜଣାପଡିଛି। ମୃତକଙ୍କ ଶବକୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ବ୍ୟବଛେଦ ପରେ ଅପରାହ୍ନ ୪ଟାରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଦୁର୍ଘଟଣାରେ ଆହତଙ୍କୁ କିଭଳି ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇ ତ୍ୱରିତ୍‍ ଚିକିତ୍ସା ସହାୟତା ଯୋଗାଇ ଦେବାସହ ସଙ୍କଟାପନ୍ନଙ୍କୁ କିଭଳି କଟକ ବଡ ଡାକ୍ତରଖାନା ସ୍ଥାନାନ୍ତର କରାଯାଇ ଆଶୁ ଚିକିତ୍ସା ଯୋଗାଇ ଦିଆଯିବ ସେ ନେଇ ଖୋଦ୍‍ ଜିଲାପାଳ ଆଶିଷ ଠାକରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ତଦାରଖ କରିଥିଲେ।

ଏଥିସହ ଦୁର୍ଘଟଣାରେ ମୃତକଙ୍କ ପରିବାରବର୍ଗଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା ସହ ସମସ୍ତ ଆହତଙ୍କ ଚିକିତ୍ସା ଖର୍ଚ୍ଚ ସରକାର ବହନ କରିବେ ବୋଲି ମଧ୍ୟ ଘୋଷଣା କରିଛନ୍ତି। ଏହି ଦୁର୍ଘଟଣା ସମଗ୍ର ରାଜ୍ୟରେ ଶୋକରଛାୟା ଖେଳାଇ ଦେଇଛି। ସୂଚନାଯୋଗ୍ୟ ଯେ, ଗଞ୍ଜାମ ଜିଲା ପାଟପୁର ଥାନା ପୁଡାମାରୀ ଅଞ୍ଚଳର ବତାଗଡ ଗ୍ରାମର ପରିବାର ସମେତ ପାଳଧାଡି, ଡୁଳବ ଓ ଦେଓଖାଳି ଅଞ୍ଚଳର ସମୁଦାୟ ୪ଟି ପରିବାରର ୨୦ଜଣ ଘଟଗାଁ ମା’ତାରିଣୀଙ୍କ ଦର୍ଶନ ପାଇଁ ଆସୁଥିବା ବେଳେ ଶୁକ୍ରବାର ଗୋର ପ୍ରାୟ ୪ଟାରେ ଦୁର୍ଘଟଣାର ଶୀକାର ହୋଇଥିଲେ।

Hot this week

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

Related Articles

Popular Categories