www.samajalive.in
Monday, December 15, 2025
26.1 C
Bhubaneswar

ଉପନିର୍ବାଚନରେ ବାଜି ମାରିବି-ଘାସିରାମ

ନୂଆପଡା: ନୂଆପଡା ଉପନିର୍ବାଚନ ପାଇଁ କଂଗ୍ରେସ ଏଠାରେ ଘାସିରାମ ମାଝୀଙ୍କୁ ପ୍ରାର୍ଥୀ କରିଛି । ଉପନିର୍ବାଚନ ଜିତିବା ପାଇଁ ଦଳ ସ୍ୱତନ୍ତ୍ର ରଣନୀତି ଆପଣାଇଛି । ପୂର୍ବରୁ ବହୁବାର ସ୍ୱାଧୀନ ଭାବେ ନିର୍ବାଚନ ଲଢି ପରାଜିତ ହୋଇଥିବା ଘାସିରାମଙ୍କ ଉପରେ କଂଗ୍ରେସ ଆସ୍ଥା ପ୍ରକଟ କରିଛି । ଦଳ ତାଙ୍କୁ ପ୍ରାର୍ଥୀ କରିଥିବାରୁ ଏଆଇସିସିକୁ ଧନ୍ୟବାଦ ଜଣାଇଛନ୍ତି ଘାସିରାମ ।

ଚଳିତ ଉପନିର୍ବାଚନରେ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ହେବା ପରେ ଘାସିରାମ କହିଛନ୍ତି ଉପନିର୍ବାଚନରେ ତ୍ରିମୁଖୀ ଲଢେଇ ହେବ । କଂଗ୍ରେସ ଜିତିବା ପାଇଁ ସବୁ ପ୍ରୟାସ କରିବ । ସବୁବେଳେ ସେ ଲୋକଙ୍କ ସହିତ ଛିଡା ହୋଇଥିବାରୁ ନୂଆପଡାବାସୀ ଏଥର ତାଙ୍କ ଉପରେ ଆସ୍ଥା ପ୍ରକଟ କରିବେ ବୋଲି ସେ ଆଶା କରିଛନ୍ତି । ଆଦିବାସୀଙ୍କ ଚେହେରା ହୋଇଥିବା ଘାସିରାମ ପୂର୍ବରୁ ସ୍ୱାଧୀନ ଭାବେ ବହୁବାର ନିର୍ବାଚନ ଲଢି ଶାସକ ଦଳଙ୍କୁ କଡା ଟକ୍କର ଦେଇଥିବା ସତ୍ୱେ ନିର୍ବାଚନ ହାରି ଯାଇଥିଲେ । ଲୋକଙ୍କ ସେବା ପାଇଁ ସେ ସ୍ୱାଧୀନ ଭାବେ ୨୦୧୪ରେ ନିର୍ବାଚନ ଲଡି ୩୯ହଜାର ଭୋଟ ପାଇଥିବା ବେଳେ ୨୦୧୯, ୪୫ହଜାର ପାଖାପାଖି ଭୋଟ ପାଇବା ସହ ୨୦୨୪ରେ ୫୦ହଜାର ଭୋଟ ପାଇଥିଲେ ।

- Advertisement -

ଏଥର ଉପନିର୍ବାଚନରେ ତାଙ୍କ ପ୍ରତି ଶତପ୍ରତିଶତ ମତ ରହିବ ବୋଲି ସେ କହିଛନ୍ତି । ରାଜ୍ୟରେ ଶାସନ କରୁଥିବା ବିଜେପି ସରକାରଙ୍କ ବିଫଳତାକୁ ନେଇ ଲୋକଙ୍କ ନିକଟର ହେବାକୁ ପ୍ରୟାସ କରୁଛି କଂଗ୍ରେସ । ଏହାସହିତ ବିଜେଡିର ପୂର୍ବ ନେତାମାନେ ମଧ୍ୟ ନୂଆପଡା ପାଇଁ କିଛି ବି କରିନଥିବା ଘାସିରାମ କହିଛନ୍ତି ।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories