ହରଭଙ୍ଗା : ବୌଦ୍ଧ ଜିଲ୍ଲା କଂଗ୍ରେସ ତରଫରୁ ରବିବାର ହରଭଙ୍ଗା ବ୍ଲକ କୁଶଙ୍ଗଠାରେ ଘରେ ଘରେ କଂଗ୍ରେସ, ଘରେ ଘରେ ହାତ କାର୍ଯକ୍ରମ ତଥା ପଦଯାତ୍ରା ଅନୁଷ୍ଠିତ ହୋଇଥିଲା। ଜିଲ୍ଲା କଂଗ୍ରେସ ମୁଖ୍ୟ ପ୍ରବକ୍ତା ଶାନ୍ତନୁ କୁମାର ମହାପାତ୍ରଙ୍କ ସଭାପତିତ୍ବରେ ଏକ ଜୋନ ସ୍ତରୀୟ କର୍ମୀ ବୈଠକ ଅନୁଷ୍ଠିତ ହୋଇଥିଲା । ଆଲୋଚନାରେ ଅନ୍ୟମାନଙ୍କ ମଧ୍ୟରେ ପ୍ରଦିମ୍ନୀ ଦାସ, ସୁବଳ ମଲ୍ଲିକ, ପ୍ରଦୀପ ବେହେରା, ଏସସି ସେଲ ଅଧ୍ୟକ୍ଷ ବଟ କୃଷ୍ଣ ପ୍ରଧାନ, ବ୍ଲକ ସଭାପତି ପଙ୍କଜ କର୍ଣ୍ଣ, ବୈଦ୍ୟନାଥ ମହାନନ୍ଦିଆ ପ୍ରମୁଖ ଅଂଶ ଗ୍ରହଣ କରି ବିଭିନ୍ନ ପ୍ରସ୍ତାବ ଦେଇଥିଲେ। ଏହି କାର୍ଯକ୍ରମରେ ବହୁ ସଂଖ୍ୟାରେ ପୁରୁଣା ବରିଷ୍ଠ କଂଗ୍ରେସ ନେତୃବୃନ୍ଦ ଯୋଗ ଦେଇ ସହଯୋଗ କରିଥିଲେ।
Popular Categories



