www.samajalive.in
Monday, December 15, 2025
14.1 C
Bhubaneswar

ଘଣ୍ଟାପଡ଼ା ଡାକ୍ତରଖାନାରେ ରକ୍ତଦାନ ଶିବିର, ୪୫ ୟୁନିଟ ରକ୍ତ ସଂଗ୍ରହ

ଘଣ୍ଟାପଡା : କଣ୍ଟାମାଳ ବ୍ଳକ ଘଣ୍ଟାପଡ଼ା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ କଣ୍ଟାମାଳ ନିର୍ବାଚନ ମଣ୍ଡଳୀ ସ୍ୱେଚ୍ଛାସେବୀ ସଙ୍ଗଠନର ଆହ୍ୱାନକ୍ରମେ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ମନମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସହନିର୍ଦ୍ଦେଶକ ଡା. ମହେନ୍ଦ୍ର ସୋଏ, ଘଣ୍ଟାପଡ଼ା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଚିକିତ୍ସାଧିକାରୀ ଡା. ଶୁଭମ ମିଶ୍ର, ଖୁଣ୍ଟିଗୋରା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଚିକିତ୍ସାଧିକାରୀ ଡା.ଆନନ୍ଦ ଭୁଏ ଏବଂ ସମାଜସେବୀ ନିଳାଚଳ ଭୋଇ ଯୋଗଦେଇ ଅନୁଷ୍ଠାନିକ ଭାବେ ଶିବିରକୁ ଉଦଘାଟନ କରିଥିଲେ।
ବଲାଙ୍ଗିର ଭୀମଭୋଇ ବଡ଼ ଡ଼ାକ୍ତରଖାନା ପକ୍ଷରୁ ରକ୍ତଭଣ୍ଡାର ବିଶେଷଜ୍ଞଙ୍କ ଦ୍ଵାରା ରକ୍ତ ସଂଗ୍ରହ କରାଯାଇଥିବା ବେଳେ ଶିବିରରେ ସର୍ବମୋଟ ୪୫ ୟୁନିଟ ରକ୍ତ ସଂଗୃହିତ ହୋଇଛି । ଝିପିଝିପି ବର୍ଷା ସତ୍ତ୍ୱେ ଅଞ୍ଚଳର ରକ୍ତଦାତା ଯୋଗଦେଇ ରକ୍ତଦାନ କରିଥିବା ଦେଖିବାକୁ ମିଳିଥିଲା । ଦେବେନ୍ଦ୍ର କୁମାର ସାହୁ, ଲୋକେଶ ଭୋଇ, ଗୋପ ରଣା, ସବ୍ୟସାଚୀ ବନଛୋର, ନିରଞ୍ଜନ ମଲିକ ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories