www.samajalive.in
Sunday, December 7, 2025
26.1 C
Bhubaneswar

ଆପଣ ପ୍ରସ୍ତୁତ ତ? କେବେ ଓ କେଉଁଠି କରୋନା ଟୀକା ଦିଆଯିବ ସରକାର ଏସଏମଏସରେ ଦେବେ ସୂଚନା

ଦିନ ଗଡ଼ିବା ସହ କରୋନା ଟୀକାକୁ ନେଇ ଗରମାଗରମ ଖବର ଆସୁଛି । ଲୋକମାନେ ଟୀକାକୁ ଅପେକ୍ଷା କରିଛନ୍ତି । ଟୀକା ପ୍ରସ୍ତୁତକର୍ତା ବିଶ୍ବର ବଡ଼ ୪ଟି ସଂସ୍ଥା ଫାଇଜର, ମଡ଼ର୍ଣା, ଆଷ୍ଟ୍ରଜେନେକା ଓ ସ୍ଫୁଟନିକ-ଭି ନାମରେ ୪ଟି ଟୀକା ପ୍ରସ୍ତୁତ କରିଛନ୍ତି ଏବଂ ଏହାର ସଫଳତା ହାରକୁ ନେଇ ପରୀକ୍ଷାନିରୀକ୍ଷା ଚାଲିଛି

ଅକ୍ସଫୋର୍ଡ-ଆଷ୍ଟ୍ରା ଜେନେକା ଟୀକା ର ସାମଗ୍ରିକ ପ୍ରଭାବ ୭୦.୪% ଥିବାବେଳେ ଅବଶିଷ୍ଟ ତିନୋଟିର ସଫଳତା ହାର ୯୪% ରୁ ଅଧିକ | ଅକ୍ସଫୋର୍ଡ ଟିକା ୯୦% ପର୍ଯ୍ୟନ୍ତ ସଫଳତା ଦେଇପାରେ ବୋଲି ମଧ୍ୟ ଆକଳନ କରାଯାଉଛି । ରୁଷର ଟୀକା ସ୍ଫୁଟନିକ ଭି ବ୍ୟତୀତ ଅନ୍ୟ ସମସ୍ତ ଟୀକା ଅନୁମୋଦନ ନିମନ୍ତେ ନିୟନ୍ତ୍ରକଙ୍କ ପାଖକୁ ଖୁବ ଶୀଘ୍ର ପଠାଯିବ ଏବଂ ଆସନ୍ତା ବର୍ଷ ଜାନୁଆରୀ ମାସ ବେଳକୁ ଟୀକା ଉପଲବ୍ଧ ହେବା ସମ୍ଭାବନା ରହିଛି ।

- Advertisement -

ଭାରତରେ କରୋନା ଟୀକା ପ୍ରଦାନ ନିମନ୍ତେ କେନ୍ଦ୍ର ସରକାର ନିର୍ଦିଷ୍ଟ କାର୍ଯ୍ୟକ୍ରମ ପ୍ରସ୍ତୁତ କରିଛନ୍ତି । ସ୍ବାସ୍ଥ୍ୟ କର୍ମୀ, ଛାମୁଆଁ କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀ ଓ ବରିଷ୍ଠ ନାଗରିକମାନଙ୍କୁ ପ୍ରଥମେ ଟୀକା ଦିଆଯିବ ବୋଲି ସରକାର କହିଛନ୍ତି । ଏହି ବର୍ଗରେ ଥିବା ବ୍ୟକ୍ତିମାନଙ୍କୁ ଉଚ୍ଚ ପ୍ରାଥମିକତା ଗୋଷ୍ଠୀ ବୋଲି କୁହାଯାଉଛି । ଟୀକା ଲାଗି ଯୋଗ୍ୟ ଏହି ବର୍ଗର ବ୍ୟକ୍ତିମାନଙ୍କୁ ଟୀକାକରଣର ତାରିଖ, ସମୟ ସ୍ଥାନ ଆଦି ଏସଏମଏସ୍ ଜରିଆରେ ଜଣାଇ ଦିଆଯିବ ବୋଲି ସୂଚନା ମିଳିଛି । ଏହା ସହ ଏହି ଏସଏମଏସରେ ଟୀକା ନେବାକୁ ଥିବା ବ୍ୟକ୍ତିଙ୍କ ନାମ ଓ ଟୀକା ଦେବାକୁ ଥିବା ସଂସ୍ଥା ବା କର୍ମଚାରୀଙ୍କ ନାମ ମଧ୍ୟ ରହିବ। ପ୍ରଥମ ଡ଼ୋଜ ପରେ ଦ୍ବିତୀୟ ଡ଼ୋଜ ଲାଗି ମଧ୍ୟ ଏସଏମଏସ୍ ଯିବ ।   ଟୀକାକରଣ ସମ୍ପୂର୍ଣ୍ଣ ହେବା ପରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଏକ ଡିଜିଟାଲ୍ QR ଆଧାରିତ ପ୍ରମାଣପତ୍ର  ପ୍ରଦାନ କରାଯିବ ।  ଯାହା ମାଧ୍ୟମରେ କୋଭିଡ୍ ଟିକାଗୁଡ଼ିକର ଷ୍ଟକ୍ ଏବଂ ବଣ୍ଟନ / ଟୀକାକରଣ ଉପରେ ନଜର ରଖାଯାଇ ପାରିବ ।

ଟୀକା କ୍ଷେତ୍ରରେ ଅନ୍ୟଦେଶଗୁଡ଼ିକଠାରୁ ଭାରତର ପ୍ରଦର୍ଶନ ଉତ୍ସାହଜନକ ରହିଛି । ବିଶ୍ବର ସର୍ବବୃହତ୍ ଟୀକା ଉତ୍ପାଦନକାରୀ ଦେଶ ଭାବରେ ଭାରତ ପରିଚିତ । ତେଣୁ କରୋନା ଟୀକା କ୍ଷେତ୍ରରେ ମଧ୍ୟ ଭାରତର ଭୂମିକା ଗୁରୁତ୍ବପୂର୍ଣ୍ଣ ରହିବ । ଏଥିପାଇଁ ଆସନ୍ତା ୨୭ ତାରିଖରେ ରୁଷ, ଅଷ୍ଟ୍ରେଲିଆ ସହ ମୋଟ ୨୦ ଦେଶର ରାଷ୍ଟ୍ରଦୂତ ପୁନେର ସେରମ ଇନଷ୍ଟିଚ୍ୟୁଟ୍ ଓ ଜେନୋଆ ଫାର୍ମା କମ୍ପାନୀ ପରିଦର୍ଶନ କରିବେ ବୋଲି ସୂଚନା ମିଳିଛି ।

ଏହି ପରିସ୍ଥିତିରେ ରୁଷୀୟ ଟୀକା ସ୍ଫୁଟନିକ୍ ଭି ନେଇ କିଛି ତଥ୍ୟ ପ୍ରକାଶ ପାଇଛି । ଏହି ଟୀକା ତରଳ ଭାବରେ ଉପଲବ୍ଧ ହେବ ଏବଂ ଏହାକୁ ସଂରକ୍ଷଣ ନିମନ୍ତେ (-) ବିଯୁକ୍ତ ୧୮ ଡ଼ିଗ୍ରୀ ତାପମାନ ଆବଶ୍ୟକ । ମାତ୍ର ଶୁଷ୍କ ଟୀକାକୁ ୨ରୁ ୮ ଡ଼ିଗ୍ରୀ ମଧ୍ୟରେ ରଖିବାକୁ ପଡ଼ିବ ବୋଲି କୁହାଯାଇଛି ।

Hot this week

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

Related Articles

Popular Categories