www.samajalive.in
Saturday, December 6, 2025
16.1 C
Bhubaneswar

ଦେଶବ୍ୟାପୀ ୧ ମାସ ଲକ୍‌ଡାଉନ ଲାଗୁ ହେଲେ ୨ ପ୍ରତିଶତ ଖସିବ ଜିଡିପି: ରିପୋର୍ଟ

ମୁମ୍ବଇ: ଦେଶରେ କରୋନା ସଂକ୍ରମଣ ଦ୍ରୁତଗତିରେ ବଢ଼ିବାରେ ଲାଗିଛି। ବିଭିନ୍ନ ରାଜ୍ୟରେ ଲକଡାଉନ ଲାଗୁ କରାଯାଇଛି। କିନ୍ତୁ ଦେଶବ୍ୟାପୀ ଲକଡାଉନ ଲାଗୁ କରାଯିବାର କୌଣସି ସମ୍ଭାବନା ନ ଥିବା ଜଣାପଡ଼ିଛି। କାରଣ କେନ୍ଦ୍ର ସରକାର ଲକଡାଉନ ନିଷ୍ପତ୍ତି ରାଜ୍ୟ ସରକାରମାନଙ୍କ ଉପରେ ଛାଡ଼ି ଦେଇଛନ୍ତି। ତେବେ ଯଦି କେନ୍ଦ୍ର ସରକାର ରାଷ୍ଟ୍ରବ୍ୟାପୀ ଲକଡାଉନ ଲାଗୁ କରନ୍ତି, ତେବେ ଦେଶର ଜିଡିପି (ମୋଟ ଘରୋଇ ଉତ୍ପାଦ) ୨ ପ୍ରତିଶତ ଖସିଯିବ ବୋଲି ଆମେରିକାର ଏକ ବ୍ରୋକରେଜ କମ୍ପାନୀ ବୋଫା ସିକ୍ୟୁରିଟିଜ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଦର୍ଶାଯାଇଛି।

ବୋଫା ସିକ୍ୟୁରିଟିଜ ପକ୍ଷରୁ କୁହାଯାଇଛି ଯେ, ଭାରତରେ ଏକ ମାସ ପୂର୍ବରୁ କୋଭିଡର ଦୈନିକ ସଂକ୍ରମଣ ୩୫ ହଜାର ଥିଲା, ଯାହା ଏବେ ୭ ଗୁଣା ବୃଦ୍ଧି ପାଇ ୨.୭୦ ଲକ୍ଷରୁ ଅଧିକ ହୋଇଛି। ରିପୋର୍ଟ ଅନୁସାରେ, କୋଭିଡ-୧୯ର ୨ୟ ଲହର ଜାତୀୟ ସ୍ତରୀୟ ଲକଡାଉନ ବିନା ସମାପ୍ତ ହେଉଛି କି ନାହିଁ ତାହା ଦେଖିବା ବାକି ରହିଛି। କିନ୍ତୁ ରାଷ୍ଟ୍ରୀୟ ସ୍ତରରେ ଯଦି ଏକ ମାସ ପାଇଁ ଲକଡାଉନ ଲାଗୁ କରାଯାଏ, ତେବେ ଜିଡିପି ୧ରୁ ୨ ପ୍ରତିଶତ ହ୍ରାସ ପାଇପାରେ ବୋଲି ସଂସ୍ଥାର ବିଶ୍ଳେଷକମାନେ କହିଛନ୍ତି।

- Advertisement -

ଆହୁରି କୁହାଯାଇଛି ଯେ, ଉଚ୍ଚ ଅର୍ଥନୈତିକ ମୂଲ୍ୟକୁ ଦୃଷ୍ଟିରେ ରଖି ଅନୁମାନ କରାଯାଉଛି ଯେ, କରୋନାକୁ ରାକିବା ଲାଗି କେନ୍ଦ୍ର ଏବଂ ରାଜ୍ୟ ସରକାର ନିୟମାବଳୀ ଯେପରି କି ମାସ୍କ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା ଆଦିକୁ କଡ଼ାକଡ଼ି ଭାବେ ପାଳନ କରିବା ଦରକାର। ରାତ୍ର କର୍ଫ୍ୟୁ ଏବଂ ଲକ୍‌ଡାଉନ ଏହାକୁ ରୋକିବାରେ ସହାୟକ ହେବ।

Hot this week

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

Related Articles

Popular Categories