ନାଗପୁର: ମୁମ୍ବଇରେ ୨୦୦୬ ଜୁଲାଇ ୧୧ରେ ଘଟିଥିବା ସିରିଏଲ ବୋମା ବିସ୍ଫୋରଣ ଘଟଣାରେ ଦୋଷୀସାବ୍ୟସ୍ତ ହୋଇ ମୃତ୍ୟୁଦଣ୍ଡରେ ଦଣ୍ଡିତ କମଲ ଆନ୍ସାରୀଙ୍କର କୋଭିଡ ସଂକ୍ରମଣରେ ମୃତ୍ୟୁ ଘଟିଛି। ମୁମ୍ବଇର ମାଟୁଙ୍ଗା ଷ୍ଟେସନରେ ଏକ ଟ୍ରେନରେ ବୋମା ଖଞ୍ଜିବା ଘଟଣାରେ ତାଙ୍କୁ ୨୦୧୫ରେ ଦୋଷୀ ସାବ୍ୟସ୍ତ କରାଯାଇ ମୃତ୍ୟୁଦଣ୍ଡରେ ଦଣ୍ଡିତ କରାଯିବା ପରେ ସେବେଠାରୁ ସେ ନାଗପୁର କେନ୍ଦ୍ରୀୟ ଜେଲରେ ବନ୍ଦୀ ଭାବରେ ରହୁଥିଲେ। ବିହାର ମଧୁବନି ଅଞ୍ଚଳର ବାସିନ୍ଦା ଆନ୍ସାରୀଙ୍କ ସମେତ ଉକ୍ତ ଘଟଣାରେ ମୋଟ ୧୨ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା।
ଗତ ୮ତାରିଖରେ ତାଙ୍କଠାରେ ଥଣ୍ଡା ଓ କଫ ଲକ୍ଷଣ ଦେଖାଯିବା ପରେ ୯ ତାରିଖରେ ତାଙ୍କର ଆରଟିପିସିଆର ପରୀକ୍ଷାରୁ ସେ କୋଭିଡ ପଜିଟିଭ ଥିବା ଜଣାପଡିଥିଲା। ସେହିଦିନ ତାଙ୍କୁ ଚିକିତ୍ସା ପାଇଁ ନାଗପୁର ସରକାରୀ ମେଡିକାଲ କଲେଜ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ସୋମବାର ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ଘଟିଛି।
୨୦୦୬ ମୁମ୍ବଇ ଟ୍ରେନ ବିସ୍ଫୋରଣ: ଅନ୍ୟତମ ଦୋଷୀସାବ୍ୟସ୍ତର କରୋନାରେ ମୃତ୍ୟୁ
Popular Categories



