www.samajalive.in
Saturday, December 6, 2025
26.1 C
Bhubaneswar

ପରୀକ୍ଷା ଦ୍ବନ୍ଦ୍ବ; ନବୀନ ନିବାସ ଘେରାଉ କଲେ ୧୦ମ ଛାତ୍ରଛାତ୍ରୀ

ଭୁବନେଶ୍ଵର: ୧୦ମ ବୋର୍ଡ ପରୀକ୍ଷାକୁ ନେଇ ଦ୍ବନ୍ଦ୍ବରେ ପଡ଼ିଛନ୍ତି ଛାତ୍ରଛାତ୍ରୀ। ଜୁନ୍‌ ୧ରେ କୋଭିଡ ସ୍ଥିତି ସମୀକ୍ଷା ପରେ ପରୀକ୍ଷା ନେଇ ନିଷ୍ପତ୍ତି ନିଆଯିବ ବୋଲି ପୂର୍ବରୁ ସରକାର କହିଛନ୍ତି। ସରକାରଙ୍କ ଏହି ନିଷ୍ପତ୍ତି ଫଳରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏହି ଦ୍ବନ୍ଦ୍ବ ଦୂର କରିବା ଲାଗି ସେମାନେ ଆଜି ନବୀନ ନିବାସ ଯାଇ ପ୍ରତିବାଦ କରିବା ସହିତ ଧାରଣାରେ ବସିଛନ୍ତି।

ଆଜି ପୂର୍ବାହ୍ନରେ ଛାତ୍ରଛାତ୍ରୀମାନେ ନବୀନ ନିବାସ ଯିବା ପୂର୍ବରୁ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ବାସଭବନକୁ ଯାଇ ଅଭିଯୋଗ ଜଣାଇଥିଲେ। ପରେ ସେଠାରୁ ସେମାନେ ନବୀନ ନିବାସ ଯାଇଥିଲେ। ପୁଲିସ ସେମାନଙ୍କୁ ଅଟକାଇବାରୁ ଛାତ୍ରଛାତ୍ରୀମାନେ ଧାରଣାରେ ବସିଥିଲେ। ଛାତ୍ରଛାତ୍ରୀମାନେ ଅଭିଯୋଗ କରିଥିଲେ ଯେ​‌, ସିବିଏସଇ ଦଶମ ପରୀକ୍ଷା ବାତିଲ କରିସାରିଛି। ରାଜ୍ୟ ସରକାର ବି ପରୀକ୍ଷା ବାତିଲ କରନ୍ତୁ। ସିବିଏସଇ ଢାଞ୍ଚାରେ ସରକାର ପୂର୍ବ ପରୀକ୍ଷା ନମ୍ବରକୁ ଆଧାର କରି ମୂଲ୍ୟାୟନ କରନ୍ତୁ ବୋଲି ଛାତ୍ରଛାତ୍ରୀମାନେ ଦାବି କରିଛନ୍ତି। ନଚେତ ସରକାର ଯଦି ପରୀକ୍ଷା କରିବାକୁ ଚାହୁଁଛନ୍ତି ତେବେ ତୁରନ୍ତ ନିଷ୍ପତ୍ତି ନେଇ ଜଣାନ୍ତୁ। ପରୀକ୍ଷା ଅଫଲାଇନ କି ଅନ୍‌ଲାଇନରେ ହେବ ଶୀଘ୍ର ଜଣାନ୍ତୁ। ଜୁନ୍‌ ମାସ ପର୍ଯ୍ୟନ୍ତ ନିଷ୍ପତ୍ତି ଝୁଲାଇବା ଅନୁଚିତ ବୋଲି ଛାତ୍ରଛାତ୍ରୀମାନେ କହିଛନ୍ତି।

- Advertisement -

ପୁଲିସ ଅଧିକାରୀମାନେ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରି ଦୁଇ ଦିନ ଭିତରେ ନିଷ୍ପତ୍ତି ନିଆଯାଇ ଜଣାଯିବ ବୋଲି ପ୍ରତିଶ୍ରୁତି ଦେବାରୁ ଛାତ୍ରଛାତ୍ରୀମାନେ ଧାରଣାରୁ ଓହରିଥିଲେ। ପରେ ସେମାନେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଦେଇ ଫେରିଥିଲେ।

Hot this week

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

Related Articles

Popular Categories