www.samajalive.in
Monday, December 15, 2025
15.1 C
Bhubaneswar

ଇମ୍ରାନ୍‍ଙ୍କ ଚ୍ୟାଲେଞ୍ଜ ଯୋଗୁଁ ଅବସର ନିଷ୍ପତ୍ତିରୁ ଓହରିଥିଲି: ଗାଭାସ୍କର

ନୂଆଦିଲ୍ଳୀ: ପାକିସ୍ତାନର ସଦ୍ୟ ନିର୍ବାଚିତ ପ୍ରଧାନମନ୍ତ୍ରୀ ଇମ୍ରାନ୍‍ ଖାନ୍‍ଙ୍କ ବିଷୟରେ ଏକ ରୋଚକ ତଥ୍ୟ ଦେଇଛନ୍ତି ଭାରତର ପୂର୍ବତନ ଅଧିନାୟକ କିମ୍ବଦନ୍ତୀ ବ୍ୟାଟସ୍‍ମ୍ୟାନ୍‍ ସୁନିଲ୍‍ ଗାଭାସ୍କର।
ସୁନିଲ୍‍ଙ୍କ କହିବା ଅନୁଯାୟୀ ୧୯୮୬ରେ ଲଣ୍ଡନର ଏକ ଇଟାଲିୟାନ୍‍ ରେଷ୍ଟୁରାଣ୍ଟରେ ସେ ଓ ଇମ୍ରାନ୍‍ ଖାଉଥିଲେ। ଏହି ସମୟରେ ସୁନିଲ୍‍ ଇମ୍ରାନ୍‍ଙ୍କୁ କହିଥିଲେ ଯେ ଚଳିତ ଇଂଲଣ୍ଡ ଗସ୍ତ ପରେ ମୁଁ ଅବସର ଗ୍ରହଣ କରିବାକୁ ଚାହୁଁଛି। ଏହାର ପ୍ରତିକ୍ରିୟାର ତତ୍କାଳ ଇମ୍ରାନ୍‍ ଖାନ୍‍ କହିଥିଲେ ଯେ ଆପଣ ଏବେ ଅବସର ନେଇ ପାରିବେ ନାହିଁ। କାରଣ ଆସନ୍ତା ବର୍ଷ ପାକିସ୍ତାନ ଭାରତ ଗସ୍ତରେ ଆସୁଛି। ଭାରତରେ ହିଁ ଭାରତୀୟ ଦଳକୁ ପରାସ୍ତ କରିବାକୁ ମୁଁ ଚାହୁଁଛି। ଆପଣ ଯଦି ଅବସର ନେବେ ତେବେ ମୁଁ ମଧ୍ୟ ସେହି ଟିମ୍‍ରେ ସାମିଲ୍‍ ହେବି ନାହିଁ। ଆସନ୍ତୁ ଆମେ ଦୁଇ ବିପକ୍ଷ ଦଳ ଶେଷ ଯୁଦ୍ଧରେ ଅବତୀର୍ଣ୍ଣ ହେବା। ଆଉ ମାତ୍ର କିଛି ଦିନ ପରେ ପାକିସ୍ତାନର ଭାରତ ଗସ୍ତ ବିଷୟରେ ଘୋଷଣା ହୋଇସାରିଥିବାରୁ ସୁନିଲ୍‍ ଇମ୍ରାନ୍‍ଙ୍କ ଆହ୍ୱାନକୁ ଗ୍ରହଣ କରି ନେଇଥିଲେ। ସେହି ସିରିଜର ପ୍ରଥମ ଦୁଇଟି ମ୍ୟାଚ୍‍ ଡ୍ର ରହିଥିବା ବେଳେ ତୃତୀୟ ମ୍ୟାଚ୍‍ରେ ଭାରତ ହାରିଥିଲା। ତେଣୁ ଭାରତରେ ହିଁ ଭାରତକୁ ହରାଇବା ପାଇଁ ଇମ୍ରାନ୍‍ଙ୍କ ଲକ୍ଷ୍ୟ ପୂରଣ ହୋଇଥିଲା। ଏହାପରେ ସୁନିଲ୍‍ ଓ ଇମ୍ରାନ୍‍ଙ୍କ ଯୋଡ଼ି ଲର୍ଡସରେ ଏମ୍ସିସି ଅର୍ଦ୍ଧଶତାବ୍ଦୀ ସମାରୋହ ଅବସରରେ ଆୟୋଜିତ ଟେଷ୍ଟ ସିରିଜ୍‍ରେ ୧୮୨ ରନ୍‍ର ଇନିଂସ ଖେଳିଥିଲେ। ୧୯୮୨-୮୩ ଟେଷ୍ଟ ମ୍ୟାଚ୍‍ରେ ଇମ୍ରାନ୍‍ ଏକାକୀ ୪୦ଟି ୱିକେଟ୍‍ ନେଇ ଭାରତୀୟ ପାଳିକୁ ଧ୍ୱସ୍ତ କରିଦେଇଥିଲେ। ତାଙ୍କର ଏକ ମାରାତ୍ମକ ବଲ୍‍କୁ ଖେଲିବାକୁ ଯାଇ ଗୁଣ୍ଡାପ୍ପା ବିଶ୍ୱନାଥଙ୍କ କାନ୍ଧରେ ଯେଉଁ ଆଘାତ ଲାଗିଥିଲା ତାହା ତାଙ୍କର କ୍ୟାରିୟର ଅନ୍ତ ଘଟାଇ ଦେଇଥିଲା ବୋଲି ଗାଭାସ୍କର କହିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories