www.samajalive.in
Tuesday, December 9, 2025
16.1 C
Bhubaneswar

ବିଶ୍ବକପ ଫାଇନାଲ: ଶ୍ରେୟାସଙ୍କ ଭୂମିକା ଦଳର ବିଜୟରେ ନିର୍ଣ୍ଣାୟକ ହୋଇପାରେ:ଗୌତମ ଗମ୍ଭୀର

ନୂଆଦିଲ୍ଲୀ: କ୍ରିକେଟ୍‌ ବିଶ୍ବକପ୍‌ର ଫାଇନାଲ ମ୍ୟାଚ୍‌ରେ ଭାରତ ଓ ଅଷ୍ଟ୍ରେଲିଆ ମୁହାଁମୁହିଁ ହେବେ। ଏହି ମ୍ୟାଚ୍‌ରେ ଭାରତ ତରଫରୁ ମଧ୍ୟଭାଗ ବ୍ୟାଟମ୍ୟାନ୍‌ ଶ୍ରେୟାସ ଆୟରଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ରହିବ ବୋଲି କହିଛନ୍ତି ପୂର୍ବତନ କ୍ରିକେଟର୍‌ ଗୌତମ ଗମ୍ଭୀର। ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେବା ଅବସରରେ ଗମ୍ଭୀର କହିଥିଲେ ଚଳିତ ବିଶ୍ବକପ୍‌ରେ ଶ୍ରେୟାସ ଭାରତୀୟ ଦଳ ପାଇଁ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରି ଆସିଛନ୍ତି। ଫାଇନାଲରେ ମଧ୍ୟ ତାଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ରହିବ। ବିଶେଷ କରି ଅଷ୍ଟ୍ରେଲିଆ ତରଫରୁ ମ୍ୟାକ୍ସୱେଲ ଓ ଆଦାମ ଜାମ୍ପା ସ୍ପିନ ବୋଲିଂ କରିବା ସମୟରେ ଶ୍ରେୟାସଙ୍କ ଭୂମିକା ଦଳର ବିଜୟରେ ନିର୍ଣ୍ଣାୟକ ହୋଇପାରେ। ଅଷ୍ଟ୍ରେଲିଆ ମ୍ୟାକ୍ସୱେଲ ଓ ଆଦାମ ଜାମ୍ପା ସ୍ପିନଙ୍କ ବୋଲିଂ ସମୟରେ ସିଙ୍ଗନ ରନ ସଂଗ୍ରହ ସହ ଚୌକା ଓ ଛକା ମାରିବେ ଶ୍ରେୟାସ। ଫଳରେ ତାହା ଭାରତକୁ ବିଜୟୀ କରିବାରେ ସହାୟକ ହୋଇପାରିବ ବୋଲି ସେ କହିଛନ୍ତି।

ଚଳିତ ବିଶ୍ବକପ୍‌ରେ ଶ୍ରେୟାସ ବର୍ତ୍ତମାନ ସୁଦ୍ଧା ୫୨୬ ରନ୍‌ କରି ସାରିଛିନ୍ତି। ସେଥିମଧ୍ୟରେ ଦୁଇଟି ଶତକ ଓ ୩ଟି ଅର୍ଦ୍ଧଶତକ ରହିଛି। ସେମିଫାଇନାଲରେ ଶ୍ରେୟାସ ୭୦ଟି ବଲ୍‌ରୁ ୧୦୫ ରନ୍‌ କରିଥିଲେ। ଏପରି ସ୍ଥିତିରେ ଶ୍ରେୟାସଙ୍କ ଉପରେ ଭାରତୀୟ ଦଳର ମଧ୍ୟଭାଗ ବ୍ୟାଟିଂ ବହୁମାତ୍ରାରେ ନିର୍ଭରଶୀଳ ବୋଲି ଗମ୍ଭୀର କହିଥିଲେ। ସ୍ପିନରଙ୍କୁ ମୁକାବିଲା କରିବାରେ ଶ୍ରେୟାସ ବେଶ୍‌ ପାରଙ୍ଗମ ଥିବାରୁ ଅଷ୍ଟ୍ରେଲିଆର ସ୍ପିନର ଗ୍ଲେନ ମ୍ୟାକ୍ସୱେଲ୍‌ ଓ ଆଦାମ ଜାମ୍ପାଙ୍କ ବଲ୍‌ରୁ ଶ୍ରେୟାସ ଦ୍ରୁତଗତିରେ ରନ୍‌ ସଂଗ୍ରହ କରି ଭାରତକୁ ମଜଭୁତ୍‌ ସ୍ଥିତିରେ ପହଞ୍ଚାଇ ପାରିବେ ବୋଲି ଗମ୍ଭୀର ଆଶାବ୍ୟକ୍ତ କରିଛନ୍ତି।

Hot this week

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

Related Articles

Popular Categories