ଯୋଗାଣ ବିଭାଗର ଚଢ଼ଉ, ହୋଟେଲରୁ ୧୩ ଘରୋଇ ଏଲପିଜି ସିଲିଣ୍ଡର ଜବତ

ଫୁଲବାଣୀ – ବିଭିନ୍ନ ହୋଟେଲମାନଙ୍କରେ ବ୍ୟବସାୟିକ ପରିବର୍ତ୍ତେ ଘରୋଇ ଏଲପିଜି ସିଲିଣ୍ଡର ବ୍ୟବହାର କରାଯାଉଥିବା ନେଇ ଅଭିଯୋଗ ଜିଲ୍ଲା ପ୍ରଶାସନର ହସ୍ତଗତ ହେଉଛି। ଏହି ପରିପ୍ରେକ୍ଷୀରେ ଜି ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଯୋଗାଣ ବିଭାଗ ପକ୍ଷରୁ ସହରର ବିଭିନ୍ନ ହୋଟେଲ ଓ ରେଷ୍ଟୋରାଣ୍ଟରେ ଚଢ଼ଉ କରାଯାଇଥିଲା ।

ସ୍ଥାନୀୟ ମୂଖ୍ୟ ବଜାରରେ ଥିବା ଦୁଇଟି ହୋଟେଲରେ ଚଢ଼ାଉ କରି ୧୩ଟି ଘରୋଇ ସିଲିଣ୍ଡର ଯୋଗାଣ ବିଭାଗ ଅଧିକାରୀ ଜବତ କରିଛନ୍ତି । ସମ୍ପୃକ୍ତ ହୋଟେଲର ମାଲିକମାନେ ଏ ସବୁ ସିଲିଣ୍ଡର ନେଇ କୌଣସି ସନ୍ତୋଷ ଜନକ ଉତ୍ତର ଦେଇ ପାରି ନ ଥିଲେ । ଫଳରେ ଏସବୁ ଜବତ କରାଯିବା ସହିତ ସ୍ଥାନୀୟ ଏକ ଏଲପିଜି ଅଧିକୃତ ବିକ୍ରେତାଙ୍କ ଜିମା ଦିଆ ଯାଇଥିବା ଜିଲ୍ଲା ଯୋଗାଣ ଅଧିକାରୀ ଜ୍ଞାନେନ୍ଦ୍ରୀୟ ମିଶ୍ର ସୂଚନା ଦେଇଛନ୍ତି।

Comments are closed.