କଳାହାଣ୍ଡି : କଳାହାଣ୍ଡି ଜିଲା ଧର୍ମଗଡ ନିକଟ ଥନଟ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଗ୍ୟାସ ସିଲିଣ୍ଡର ଫାଟି ୩ଜଣଙ୍କର ମୃତ୍ୟୁ ହୋଇଯାଇଛି। ସୂଚନା ଅନୁଯାୟୀ, ବୁଧବାର ସକାଳେ ଜଣେ ମହିଳା ଘରେ ରୋଷେଇ କରିବା ବେଳେ ୫କେଜି ବିଶିଷ୍ଟ ଗ୍ୟାସ ସିଲିଣ୍ଡର ଫାଟି ଯାଇଥିଲା। ଘଟଣାସ୍ଥଳରେ ମା ଓ ଦୁଇ ପୁଅଝିଅଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ତେବେ ଗ୍ୟାସ ସିଲିଣ୍ଡର ଫାଟିବାର କାରଣ ଅସ୍ପଷ୍ଟ ରହିଛି।
Popular Categories



