www.samajalive.in
Saturday, December 6, 2025
23.1 C
Bhubaneswar

ରାଫେଲକୁ ନେଇ ବାୟୁ ସେନାଠାରୁ ଉତ୍ତର ଶୁଣିବ ସୁପ୍ରିମ କୋର୍ଟ

ନୂଆଦିଲ୍ଲୀ: ସୁପ୍ରିମ କୋର୍ଟରେ ରାଫେଲ ଯୁଦ୍ଧ ବିମାନକୁ ନେଇ ଆରମ୍ଭ ହୋଇଥିବା ମାମଲା ଆଜି ବେଶ୍‍ ଗୁରୁତ୍ୱପୂର୍ଣ୍ଣ ମୋଡ଼ରେ ପହଞ୍ôଚଛି। ୩୬ଟି ଯୁଦ୍ଧ ବିମାନକୁ ନେଇ ସରକାରଙ୍କ ଯୁକ୍ତିକୁ ବୁଧବାର ତର୍ଜମା କରୁଛନ୍ତି ସୁପ୍ରିମ କୋର୍ଟ। ଏହି ମାମଲାରେ ଆବେଦନକାରୀଙ୍କ ପକ୍ଷରୁ ମଧ୍ୟ ନିଜ ପକ୍ଷ ରଖାଯାଉଛି।
ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ଓ ଜଷ୍ଟିସ ଏସ କେ କୌଲ, ଜଷ୍ଟିସ କେ ଏମ ଜୋସେଫଙ୍କ ଦ୍ୱାରା ଗଠିତ ଖଣ୍ଡପିଠ ଉକ୍ତ ମାମଲାର ଶୁଣାଣି କରୁଛନ୍ତି।
ଆବେଦନକାରୀଙ୍କ ଯୁକ୍ତି ଶୁଣିବା ପରେ ପ୍ରଧାନ ବିଚାରପତି ଏହି ପ୍ରସଙ୍ଗରେ ବାୟୁସେନାକୁ ତଲବ କରିଛନ୍ତି। ପ୍ରତିରକ୍ଷା ମନ୍ତ୍ରଣାଳୟ ନୁହେଁ ବରଂ ବାୟୁ ସେନାର ଅଧିକାରୀ ସେମାନଙ୍କ ଆବଶ୍ୟକତା ଓ ରାଫେଲ ଏହି ଆବଶ୍ୟକତାକୁ କେତେ ଦୂର ପୂରଣ କରୁଛି ଏ ସମ୍ପର୍କରେ ସୂଚନା ଦେବାକୁ ବାୟୁ ସେନାର ବରିଷ୍ଠ ଅଧିକାରୀ କିଛି ସମୟ ମଧ୍ୟରେ ସୁପ୍ରିମ କୋର୍ଟରେ ହାଜର ହେବେ।

Hot this week

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

Related Articles

Popular Categories