ରେଙ୍ଗାଲିରେ ବିଜେପିର ମଣ୍ଡଳ ସ୍ତରୀୟ ଗରିବ କଲ୍ୟାଣ ସମାବେଶ

ରେଙ୍ଗାଲି :  ବିଜେପି ପକ୍ଷରୁ ରେଙ୍ଗାଲି ବିଧାନସଭା ନିର୍ବାଚନ ମଣ୍ଡଳ ଅନ୍ତର୍ଗତ ରେଙ୍ଗାଲିଠାରେ ରବିବାର ମଣ୍ଡଳ ସ୍ତରୀୟ ଗରିବ କଲ୍ୟାଣ ସମାବେଶ  ଅନୁଷ୍ଠିତ ହୋଇଯାଇଛି ।
ମୋଦୀ ସରକାରଙ୍କର ୯ ବର୍ଷ ପୂର୍ତ୍ତି ଅବସରରେବିଭିନ୍ନ ଜନକଲ୍ୟାଣକରୀ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବା ସଙ୍ଗେ ସଙ୍ଗେ ବିଜେପିର ସଂଗଠନକୁ ବୁଥ ସ୍ତରରୁ ରାଷ୍ଟ୍ରୀୟ ସ୍ତର ପର୍ଯ୍ୟନ୍ତ ସୁଦୃଢ ଓ ଅଧିକ ସକ୍ରିୟ କରିବା ପାଇଁ ଆୟୋଜିତ ସମାବେଶରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଗୁଡ଼ିକରେ ହିତାଧିକାରୀଙ୍କ ସମେତ ସାଧାରଣ ଜନତା କିପରି ଉପକୃତ ହେଉଛନ୍ତି ସେ ସଂକ୍ରାନ୍ତରେ ବକ୍ତାମାନେ ବକ୍ତବ୍ୟ ପ୍ରଦାନ କରିଥିଲେ।
prayash
ଏହି କାର୍ଯ୍ୟକ୍ରମରେ ରେଙ୍ଗାଲି ବିଧାୟକ ନାଉରୀ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ରାଜ୍ୟ ସାଧାରଣ ସଂପାଦକ ରବିନାରାୟଣ ନାୟକ, ରାଜ୍ୟ ସଂପାଦକ ଟଙ୍କଧର ତ୍ରିପାଠୀ, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ରାଧେଶ୍ୟାମ ବାରିକ, ଆଶିଷ ହୋତା, ସୁଶିଲ କର, ସୁଧୀର ଗୁପ୍ତା, ସୁଷମା ସାହୁ, ନରେନ୍ଦ୍ର ମିଶ୍ର, ଦେବେନ୍ଦ୍ର ନାୟକ, ବିଶିକେଶନ ପଣ୍ଡା, ଡାଃ. ଅର୍ଜୁନ ନାୟକ, ଅଶୋକ ନାୟକ, ଉତ୍ତମ ବିଶ୍ବାଳ, ସରୋଜ ମେହେର, ପ୍ରଶାନ୍ତ ବାରିକ, ନବୀନ ପଧାନ, ଜୟରାମ କିଶାନ ପ୍ରମୁଖ  ଯୋଗ ଦେଇ ଉପସ୍ଥିତ ଜନସାଧାରଣ, ପଦାଧିକାରୀ ଓ କର୍ମୀ ମାନଙ୍କୁ ସମସ୍ତ ବିଷୟରେ ଅବଗତ କରାଇଥିଲେ।
ଆଜିର କାର୍ଯ୍ୟକ୍ରମରେ ଘିଚାମୁରା ପଞ୍ଚାୟତର ୫୦ରୁ ଉର୍ଦ୍ଧ୍ବ ଅଞ୍ଚଳବାସୀ ବିଜେପିରେ ଯୋଗଦାନ କରିଥିଲେ। ମଣ୍ଡଳ ସଭାପତି ତିରୋଜ ହେଡେଞ୍ଜା ସ୍ୱାଗତ ଭାଷଣ ଦେଇଥିବା ବେଳେ ସୁଧିର ଗୁପ୍ତା ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.