www.samajalive.in
Monday, December 8, 2025
14.1 C
Bhubaneswar

ଗଞ୍ଜେଇ ସହ କାର ଜବତ ; ଜଣେ ଗିରଫ 

ହରଭଙ୍ଗା : ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ସଦରମହକୁମା ଚାରିଛକ-ଫୁଲବାଣୀ ରାସ୍ତାର ହରଭଙ୍ଗା ତହସିଲଦାରଙ୍କ ଆବାସିକ ଘର ସମ୍ମୁଖରୁ ପୁରୁଣାକଟକ ପୁଲିସ ସଦଳବଳେ ଏକ ଗଞ୍ଜେଇ ବୋଝେଇ କାରକୁ ଜବତ କରିଛି। ଏହି ଘଟଣାରେ ବିରଂଚି ନାରାୟଣ ମଲ୍ଲିକ (୩୩)ଙ୍କୁ ଗିରଫ କରିଥିବା ବେଳେ ଚାଳକ ଜଣଙ୍କ ଖସି ପଳାଇବାକୁ ସକ୍ଷମ ହୋଇଛି। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ  ସକାଳେ ପଡୋଶୀ କନ୍ଧମାଳ ଜିଲ୍ଲାରୁ ଏକ କାର  ଯୋଗେ ବୌଦ୍ଧ ପଟକୁ ଗଞ୍ଜେଇ ଚୋରାଚାଲାଣ ହେଉଥିବା ସର୍ମ୍ପକରେ ପୁଲିସ ଏକ ସୂତ୍ରରୁ ଖବର ପାଇଥିଲା। ଖବରପାଇ ବୌଦ୍ଧ ଏସ.ଡି.ପି.ଓ ଆନନ୍ଦ ଗୁରୁଙ୍କ ନେତୃତ୍ୱରେ ବୌଦ୍ଧ ସଦର ଥାନା ଆଇ.ଆଈ.ସି ତପସ୍ୱିନୀ କହଁର ମିଳିତରେ ଏକ ଟିମ ଫୁଲବାଣି ରାସ୍ତାର ଗେଟାମୁଣ୍ଡା ପୋଲରୁ ଗାଡିକୁ ପିଛା କରିବା ସହିତ ତହସିଲଦାରଙ୍କ କ୍ୱାର୍ଟର ସମ୍ମୁଖରେ ପୁଲିସ ଗାଡିକୁ କାବୁ କରିଥିଲା। ହେଲେ କାର ଚାଳକ ନିକଟସ୍ଥ ଜଙ୍ଗଲକୁ ଫେରାର ମାରିଥିଲା। ଗାଡିରୁ ୨୧କେ.ଜି ଗଞ୍ଜେଇ ଜବତ କରିବା ସହ ଏହି ଘଟଣାରେ ଜଗତସିଂହପୁର ଅଂଚଳର ବିରଂଚି ନାରାୟଣ ମଲ୍ଲିକଙ୍କୁ ପୁଲିସ ଗିରଫ କରିଛି। ଏ ନେଇ ପୁରୁଣାକଟକ ପୁଲିସ  ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଜାରି ରଖିଥିବା ପୁରୁଣାକଟକ ଆଈ.ଆଇ.ସି ଜ୍ୟୋସ୍ନା କାଉଁରୀ ସୂଚନା ଦେଇଛନ୍ତି ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories