ଓଏସଏପି ଅଷ୍ଟମ ବାଟାଲିୟନରେ ସହିଦ ଦିବସ ପାଳିତ

ଗଞ୍ଜାମ : ଗଞ୍ଜାମ ସହର ନିକଟରେ ରହିଥିବା ଛତ୍ରପୁର ଓଏସଏପି ଅଷ୍ଟମ ବାଟାଲିୟନରେ ୬୩ତମ ସହିଦ ଦିବସ ଶୁକ୍ରବାର ଦିନ ପାଳିତ ହୋଇଯାଇଛି । ଏହି କାର୍ୟ୍ୟକ୍ରମରେ ବାଟାଲିୟନ କମାଣ୍ଡେଣ୍ଟ ସୂର୍ୟ୍ୟ ନାରାୟଣ ମଲିକ ଯୋଗଦେଇ ସହିଦ ସ୍ତମ୍ଭରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ସହିଦ ମାନଙ୍କ ଉଦେଶ୍ୟରେ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଏହି ଅବସରରେ  ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ନିକଟରୁ ଆସିଥିବା  ବାର୍ତ୍ତା ସିପାହୀ ମାନଙ୍କ ଉଦେଶ୍ୟରେ ପଠନ କରାଯାଇଥିଲା। ୨୦୨୧-୨୨ ବର୍ଷରେ ଭାରତ ବର୍ଷ ର ବିଭିନ୍ନ ରାଜ୍ୟର ୨୬୫ ଜଣ ସହିଦ ହୋଇଥିବା ସୂଚନା ମିଳିଛି । ସମସ୍ତଙ୍କ ଉଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା । ସାଧାରଣ ଜନତାଙ୍କ ଧନଜୀବନରେ ସୁରକ୍ଷା ଶାନ୍ତି ପ୍ରତିଷ୍ଠା କରିବା ସିପାହୀଙ୍କ ପ୍ରଥମ କର୍ତ୍ତବ୍ୟ ବୋଲି ବୋଲି କମାଣ୍ଡେଣ୍ଟ ମଲିକ ତାଙ୍କ ଵକ୍ତବ୍ୟରେ କହିଥିଲେ ।
ଏହି କାର୍ୟ୍ୟକ୍ରମରେ ଆସିଷ୍ଟାଣ୍ଡ କମାଣ୍ଡେଣ୍ଟ ଲକ୍ଷ୍ମୀ ନାରାୟଣ ବେହେରାଙ୍କ ତତ୍ୱାବଧାନରେ ପରେଡ୍‌‌ ଅନୁଷ୍ଠିତ ହୋଇଥିଲା ।
ଡେପୁଟି କମାଣ୍ଡେଣ୍ଟ ପ୍ରଫୁଲ୍ଲ କୁମାର ସିଂ, ଆସିଷ୍ଟାଣ୍ଡ କମାଣ୍ଡେଣ୍ଟ ଅରୁଣ କୁମାର ପ୍ରଧାନ, ଜ୍ୟୋତି ରଞ୍ଜନ ନାୟକ, ହାବିଲଦାର ଓ ସିପାହୀ ଶାଖା ସଙ୍ଘ ସଭାପତି ଅଜିତ କୁମାର ରଥ, ସମ୍ପାଦକ ମରୁତ କୁମାର ପରିଡା ପ୍ରମୁଖ ଙ୍କ ସହ ସମସ୍ତ ଅଫିସର, ସଙ୍ଘ କର୍ମକର୍ତ୍ତା ଓ ସିପାହୀ ମାନେ ଉପସ୍ଥିତ ରହିଥିଲେ ।

Comments are closed.