ନୂଆଦିଲ୍ଲୀ : ଅରୁଣାଞ୍ଚଳ ପ୍ରଦେଶ ଉପେରସିଆଙ୍ଗ ଜିଲା ସିଙ୍ଗିଂ ଗାଁ ନିକଟରେ ଆଜି ଏକ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଘଟଣା ସ୍ଥଳକୁ ତୁରନ୍ତ ଉଦ୍ଧାରକାରୀ ଦଳକୁ ପଠାଯାଇଛି। ଅତ୍ୟନ୍ତ ଦୁର୍ଗମ ଅଞ୍ଚଳରେ ଦୁର୍ଘଟଣା ଘଟିଥିବା ନେଇ ସୂଚନା ମିଳିଛି।
ତୁତିଙ୍ଗ ମୁଖ୍ୟାଳୟ ଠାରୁ ୨୫ କିଲୋମିଟର ଦୂର ସିଙ୍ଗିଂ ଗାଁ ନିକଟରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ମିଳିଥିବା ସୂଚନାନୁଯାୟୀ, ଯେଉଁ ସ୍ଥାନରେ ଏହି ଦୁର୍ଘଟଣା ଘଟିଛି ସେଠାରେ ସଡକ ମାର୍ଗ ଉପଲବ୍ଧ ନଥିବା ଜଣାପଡିଛି। ଫଳରେ ଉଦ୍ଧାରକାର୍ଯ୍ୟରେ ସମସ୍ୟା ସୃଷ୍ଟି ହୋଇଛି। ଏହି ହେଲିକପ୍ଟରଟି ସକାଳ ପ୍ରାୟ ୧୦ଟା୪୦ ମିନିଟ୍ରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଘଟଣା ବିଷୟରେ ଅଧିକ ଖବର ହସ୍ତଗତ ହୋଇପାରି ନାହିଁ।
ଅରୁଣାଞ୍ଚଳ ପ୍ରଦେଶରେ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ
Popular Categories



