କୁମ୍ବିଂ ଅପରେସନ ବେଳେ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ

ମାଲକାନଗିରି : ମାଲକାନଗିରି ଜିଲ୍ଲା ପୁଲିସକୁ ଏକ ବଡ ସଫଳତା ମିଳିଛି। ଚଳିତ ମାସ ୧୯ ତାରିଖ ଦିନ ମାଲକାନଗିରି ଏସ ଓ ଜି ଯବାନମାନେ ମାଓ ବିରୋଧୀ ଅଭିଯାନ ନିମନ୍ତେ ତୁଳସୀ ପାହାଡ଼ ଅଭିମୁଖେ କୁମ୍ବିଂ ଅପରେସନ ଆରମ୍ଭ କରିଥିଲେ । ତୁଳସୀ ପାହାଡ଼ ଅନ୍ତର୍ଗତ କଟୁଆପଦର ଗାଁ ନିକଟ ଜଙ୍ଗଲରେ କୁମ୍ବିଂ କରିବା ସମୟରେ ମାଟି ତଳୁ ପୋତା ହେଇଥିବା କିଛି ମାଓ ସାମଗ୍ରୀ ପାଇଥିଲେ । ଏହି ମାଓ ସାମଗ୍ରୀ ମଧ୍ୟରେ ମାଓ ପୁସ୍ତିକା , ୨ ଟି ବନ୍ଧୁକ , ୬ ଟି ଆଇ ଡି ବୋମା , କିଛି ଔଷଧ ମଧ୍ୟ ଜବତ ହୋଇଥିଲା।
ତେବେ ମାଲକାନଗିରି ଜିଲ୍ଲାରୁ ଅନେକ ଅଞ୍ଚଳ ମାଓ ମୁକ୍ତ ହୋଇଥିବା ବେଳେ ଅନେକ କ୍ୟାଡର ମାଓବାଦୀ ଆତ୍ମ ସମର୍ପଣ ମଧ୍ୟ କରିଛନ୍ତି । ତେବେ ଯେଉଁ ମାନେ ବର୍ତମାନ ମାଓ କାର୍ୟ୍ୟ କଳାପରେ ଲିପ୍ତ ଅଛନ୍ତି ସେମାନେ ମାଓ କାର୍ୟ୍ୟ କଳାପ ଛାଡି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଏସଡିପିଓ ଶୁଭେନ୍ଦୁ ପାତ୍ର ଆହ୍ୱାନ ଦେଇଛନ୍ତି ।

Comments are closed.