ସାମାଜିକ ବାସନ୍ଦ ମାମଲା; ସମାଧାନ କଲା ଗଞ୍ଜାମ ଥାନା ପୁଲିସ

ଗଞ୍ଜାମ: ଗତ କିଛି ଦିନ ହେଲା ଗଞ୍ଜାମ ବ୍ଲକର ବିଭିନ୍ନ ଅଞ୍ଚଳରେ ସାମାଜିକ ବାସନ୍ଦ ଘଟଣା ଗୋଟାଏ ପରେ ଗୋଟିଏ ଦେଖିବାକୁ ମିଳିଥିଲା । ଏହାକୁ ନେଇ ପୁଲିସ ଓ ପ୍ରଶାସନର ମୁଣ୍ଡ ବିନ୍ଧା କାରଣ ପାଲଟି ଥିଲା । ସେହିପରି ଏକ ବାସନ୍ଦ ମଧ୍ୟ୍ୟ ଗଞ୍ଜାମ ଥାନା କାଇଁଚ ପୁର ଗ୍ରାମରେ ହେଇଥବା ନେଇ ଅଭିଯୋଗ ହୋଇଥିଲା l ପୁଲିସ ଗତ ରାତି ତାହାର ସମାଧାନ କରିଥିବା ସୂଚନା ମିଳିଛି l ମିଳିଥବା ସୂଚନା ଅନୁସାରେ କାଇଁଚପୁର ଗ୍ରାମ କୈବର୍ତ୍ତ କୁଳ ଲୋକଙ୍କୁ ସାମାଜିକ ବାସନ୍ଦ ନେଇ ଗଞ୍ଜାମ ଏସ.ପିଙ୍କ ନିକଟରେ କିଛି ଦିନ ତଳେ ଅଭିଯୋଗ ହୋଇଥିଲା । ଜିଲ୍ଲା ଆରକ୍ଷି ଅଧିକ୍ଷକ ବ୍ରିଜେଶ କୁମାର ରାୟଙ୍କ ନିର୍ଦ୍ଧେଶ କ୍ରମେ ଗଞ୍ଜାମ ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଗଞ୍ଜାମ ଥାନା ପରିସରରେରେ ଏକ ତ୍ରିପାକ୍ଷିକ  ବୈଠକ ହୋଇଥିଲା l

prayash

ବୈଠକରେ ସର୍ବସମ୍ମତି କ୍ରମେ ଗତ ଦିନରେ ହୋଇଥିବା ସାମାଜିକ ବାସନ୍ଦ ସମସ୍ୟାର ସମାଧାନ ହୋଇଥିଲା । ଅଭିଯୋଗକାରୀ ମାନେ ଆଗମୀ ଦିନରେ ଗ୍ରାମବାସୀଙ୍କ ସହ ମିଳିମିଶି ଚଳିବେ ଏବଂ ସାମାଜିକ ଓ ମାଙ୍ଗଳିକ କାର୍ଯ୍ୟକ୍ରମରେ ସାମିଲ ହୋଇପାରିବେ ବୋଲି ନିଷ୍ପତ୍ତି କରାଯାଇଥିଲା । ଏହି ବୈଠକରେ ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଆର.ଭାଗିରଥି ରେଡି, ପୂର୍ବତନ ସରପଞ୍ଚ ଜି.ସନ୍ତୋଷ ରେଡି, ଏସ.ଆଇ ଅଜିତ କୁମାର ପରିଡା, ନାରାୟଣ କଅଁର ପ୍ରମୁଖଙ୍କ ସହ ଗ୍ରାମବାସୀ ମାନେ ଉପସ୍ଥିତ ରହିଥିଲେ।

ପ୍ରକାଶ ଯୋଗ୍ୟଯେ ଉକ୍ତ ଗ୍ରାମର କାହ୍ନୁ ବେହେରା, ନରେନ୍ଦ୍ର ବେହେରା, ସୁଦାମ ବେହେରା, ଅନୀଲ ବେହେରା, ରାମଚନ୍ଦ୍ର ବେହେରା, ନିରଞ୍ଜନ ବେହେରା, ପ୍ରକାଶ ବେହେରା, ଦଣ୍ଡାସୀ ବେହେରା ସମେତ ପ୍ରାୟ କିଛି ପରିବାର ଗ୍ରାମରେ ଦୀର୍ଘ ବର୍ଷ ହେଲା ବାସନ୍ଦ ହୋଇଥିବା ନେଇ ଅଭିଯୋଗ ହୋଇ ଆସୁଥିଲା। ଏ ନେଇ ଜିଲ୍ଲା ପରିଷଦ ସଭ୍ୟ ତଥା ଗଞ୍ଜାମ ଓ ଖୋର୍ଦ୍ଧା ଜିଲ୍ଲା କୈବର୍ତ୍ତ ମହାସଂଘ ସଭାପତି ସନାତନ ବେହେରା କହିଛନ୍ତି ତାଙ୍କ ନାମରେ ଏସ.ପିଙ୍କ ନିକଟରେ ଯେଉଁ ଅଭିଯୋଗ ହୋଇଥିଲା ସେହି ଘଟଣା ଭିତ୍ତିହୀନ ବୋଲି ଗଣମାଧ୍ୟମକୁ ସୂଚନା ଦେଇଥିଲେ।

Comments are closed.