www.samajalive.in
Saturday, December 6, 2025
23.1 C
Bhubaneswar

ଦେଓମାଳି ପର୍ବତ ଶିଖରରେ ତ୍ରିରଙ୍ଗା ଉଡାଇଲେ ଉଦିତ ବିଶ୍ୱାଳ

ଗଞ୍ଜାମ : ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ପଂଚାୟତର ହୁମା ଗ୍ରାମ ଚନ୍ଦ୍ରଶେଖର ସାହିର ସୁକାନ୍ତ ବିଶ୍ୱାଳଙ୍କ ପୁତ୍ର ଉଦିତ ବିଶ୍ୱାଳ ଦେଓମାଳି ପର୍ବତ ଆରୋହଣ କରି ଶିଖରରେ ପହଞ୍ଚିଥିଲେ। ସେଠାରେ ଭାରତୀୟ ଜାତୀୟ ପତାକା ତ୍ରିରଙ୍ଗା ଉଡାଇଥିବା ଜଣା ପଡିଛି । ଯାହାକୁ ନେଇ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଛାର ସୁଅ ଛୁଟିଛି ।  ସେ ୧୬୭୨ ମିଟର ପର୍ବତ ଚଢି ପର୍ବତ ଚଢାଳି ଭାବେ ରେକର୍ଡ ସୃଷ୍ଟି କରିଛନ୍ତି। ତାଙ୍କର ଏହି ସାହାସିକତା ସ୍ଥାନୀୟ ଅଞ୍ଚଳ ପାଇଁ ଗର୍ବ ଓ ଗୌରବର ବିଷୟ ପାଲଟିଛି। ସେ ୧୭ ବର୍ଷ ବୟସରେ ଏହି ସଫଳତା ହାସଲ କରିଥିବାରୁ ଜଣେ ସର୍ବ କନିଷ୍ଠ ଯୁବକ ଭାବରେ ରେକର୍ଡ ସୃଷ୍ଟି କରିପାରିଛନ୍ତି। ସେ ବର୍ତ୍ତମାନ ଗଞ୍ଜାମ ବ୍ଲକ ଅନ୍ତର୍ଗତ ସୁବଳୟା ଗୋପାଳକୃଷ୍ଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରଥମ ବର୍ଷ ବିଜ୍ଞାନ ଛାତ୍ର ଭାବେ ଅଧ୍ୟୟନ କରୁଛନ୍ତି। ଏହି ସଫଳତା ପାଇଁ ତାଙ୍କୁ ଆଇ ଡ଼ବ୍ଲ୍ୟୁ ଆର ଫାଉଣ୍ଡେସନ ଜାମସେଦପୁର, ଝାଡଖଣ୍ଡ ଇଣ୍ଡିଆ ତରଫରୁ ମାନପତ୍ର ପ୍ରଦାନ କରାଯାଇଛି।

Hot this week

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

Related Articles

Popular Categories